oom

ମ.ରାମପୁର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ

jsmm

କଳାହାଣ୍ଡି, (ପି.କେ.ସାହୁ) : ମ.ରାମପୁର ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ତତ୍ୱାବଧାନରେ ଆଜି ଗୋଛାଡେଙ୍ଗେନ, ଅଲାତରା, ମଦନପୁର ଆଦି ବିଭିନ୍ନ ସ୍ଥାନ ଅହିଂସା ରଥକୁ କୀର୍ତ୍ତନ, ବଜାସାଲ ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି । ଅଲାତରାଠାରେ ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ ନର୍ଲା ବିଧାୟକ ଭୁପିନ୍ଦ୍ର ସିଂହ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ପୁଷ୍ପେନ୍ଦ୍ର ସିଙ୍ଗଦେଓ, ବ୍ଲକ ଅଧକ୍ଷ୍ୟା ମନ୍ଦାକିନି ସିଂହଦେଓ, ସିଡିପିଓ କୁସୁମ କୁମାରୀ ପ୍ରହରାଜ, ଜିପିଓ କୁଳମଣି ସିଂ ରାୟ, ପିଇଓ ବିଜୟ କୁମାର ସାମଲ, ବିପିଏମ ଦୀପ୍ତି କିଶୋର ନାୟକ, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ଶତପଥୀ, ସମାଜସେବୀ ଘନ ସିଂହଦେଓ, ପ୍ରଦିପ ପାଣିଗ୍ରାହୀ, ଭାବନି ସାହୁ, ପ୍ରେମସାଗର ନାୟକ, ଶିକ୍ଷ୍ୟାବିତ ଖଗେଶ୍ୱର ରଣା, ଜିଆରଏସ ଲକ୍ଷ୍ମୀକାନ୍ତ ମାନହୀରା, ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି, ଗ୍ରାମ ପଞ୍ଚାୟତସ୍ତରୀୟ ସଙ୍ଗ ଏମବିକେ ମମିତା ସାହୁ ସମେତ ସମସ୍ତ କେଡର, ସମସ୍ତ ଅଙ୍ଗନୱାଡି କର୍ମଚାରୀ, ଆଶା ଦିଦି, ବୁଦ୍ଧିଜୀବୀ ଓ ଗ୍ରାମ ପଞ୍ଚାୟତବାସୀ ଯୋଗଦେଇ ପୁଷ୍ପଗୁଚ୍ଛ, ପୁଷ୍ପମାଲ୍ୟ, କଳସ ସ୍ଥାପନ କରି ମହିଳା କୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ଅହିଂସା ରଥକୁ ସ୍ୱାଗତ କରିଥିଲେ । ସେହିପରି ମଦନପୁରରେ ସରପଞ୍ଚ କେତକୀ ଦଣ୍ଡିଆ ଓ ଖାଲିଅବନ୍ଧ ଛକ ଠାରେ ଗୋଛାଡେଙ୍ଗେନ ସରପଞ୍ଚ ସୁରେଶ ପଧାନଙ୍କ ନେତୃତ୍ୱରେ ଯାକ ଯମକରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା ।

jittmm
Leave A Reply

Your email address will not be published.