ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ଓ ବଲାଙ୍ଗିର ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଏଭି (ସ୍ଵଂୟଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ, ବଲାଙ୍ଗିର ମଧ୍ୟରେ ଉଚ୍ଚ ଶିକ୍ଷାର ଆଦାନ ପ୍ରଦାନ ତଥା ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ଡିିଏଭି (ସ୍ଵୟଂ ଶାସିତ) ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡକ୍ଟର ମଧୁସୂଦନ ମିଶ୍ର ଏବଂ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଡାଇରେକ୍ଟର ପ୍ରଦୀପ ଷଡ଼ଙ୍ଗୀ ଆଜି ବଲାଙ୍ଗିରଠାରେ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଉଭୟ ଶିକ୍ଷାନୁଷ୍ଠାନ ପାଇଁ ଏହା ଶିକ୍ଷା ଏବଂ ଗବେଷଣା ପାଇଁ ସହଯୋଗୀ ହେବା ସହିତ ନାକ୍ ମାନ୍ୟତା ପାଇଁ ମଧ୍ୟ ସହଯୋଗୀ ହେବ ବୋଲି ଉଭୟ ପକ୍ଷରୁ କୁହାଯାଇଛି । ଏହି ବୁଝାମଣା ପତ୍ର ଯୋଗୁଁ ଡିଏଭି କଲେଜ ଟିଟିଲାଗଡ଼ର ଅଧ୍ୟାପକ ସାମୟିକ ଭାବରେ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ଏବଂ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ସାମୟିକ ଭାବରେ ଡିଏଭି କଲେଜରେ କ୍ଲାସ ନେଇ ପାରିବେ । ସେହିପରି ଛାତ୍ରଛାତ୍ରୀ ମାନେ ମଧ୍ୟ ଉଭୟ ଶିକ୍ଷାନୁଷ୍ଠନରୁ ସାମୟିକ ଭାବେ ଶିକ୍ଷା ଗ୍ରହଣ କରି ପାରିବେ । ଅଣଶିକ୍ଷକ କର୍ମଚାରୀ, ଅଫିସ୍ ଷ୍ଟାଫ୍ ମାନେ ମଧ୍ୟ ଅଫିସ୍ ମ୍ୟାନେଜମେଣ୍ଟ ବାବଦରେ ଶିକ୍ଷା ପାଇ ଉପକୃତ ହେବେ । ଡିଏଭି କଲେଜ୍ ଇଂରାଜୀ ଓ ଓଡିଆ ଭାଷା ଉପରେ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ଶିକ୍ଷା ଯୋଗାଇବା ବେଳେ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ବୈଷୟିକ ଶିକ୍ଷା ଉପରେ ଡିଏଭି କଲେଜକୁ ଶିକ୍ଷା ଯୋଗାଇବ । ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସମୟରେ ଡିଏଭି କଲେଜ, ଟିଟିଲାଗଡ଼ ପକ୍ଷରୁ ପ୍ରାଧ୍ୟାପକ ଡ. ଉମେଶ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା, ଅଧ୍ୟାପକ ଜୟଦେବ କର ଉପସ୍ଥିତ ଥିବା ବେଳେ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ତରଫରୁ ଅଧ୍ୟାପକ ପଦ୍ମନାଭ ମିଶ୍ର, ଅଧ୍ୟାପକ ଡ.ଜୟକୃଷ୍ଣ ମେହେର ଉପସ୍ଥିତ ଥିଲେ । ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

jittmm
Leave A Reply

Your email address will not be published.