csstore

ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ବଲାଙ୍ଗିର କଳାକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସଂଗୀତ ନାଟକ ଏକାଡେମୀ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଜଗନ୍ନାଥାୟନ କାର୍ଯ୍ୟକ୍ରମ ପୁରୀ ବଡଦାଣ୍ଡ ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଂଚରେ ଗତ ତା.୦୧.୦୯.୨୦୨୨ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ‘ପଞ୍ଚମ’ ଅନୁଷ୍ଠାନର ସମ୍ପାଦକ ତଥା କଣ୍ଠଶିଳ୍ପୀ ଦିବ୍ୟ ରଞ୍ଜନ ପଟ୍ଟନାୟକ ବିଭାଗ ଦ୍ୱାରା ନିମନ୍ତ୍ରିତ ହୋଇ ପୁରୀ ଯାତ୍ରା କରିଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ କୁମାର ଶତପଥି ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ବିଶିଷ୍ଟ ସୀତାର ବାଦକ ଗୁରୁଶ୍ରୀ ସତ୍ୟ ନାରାୟଣ ଗୁରୁ, ଭାଓଲିନ୍‌ ବାଦକ ଗୁରୁଶ୍ରୀ ହରିଶ୍ଚନ୍ଦ୍ର ଦାସ, ହାରମୋନିୟମ ବାଦକ ଦିଲ୍ଲୀପ କୁମାର ମହାନ୍ତି, ତବଲା ବାଦକ ଗୁରୁଶ୍ରୀ ଅନିଲ ଚନ୍ଦ୍ର ଦାସ ପ୍ରଭୃତିଙ୍କ ସହଯୋଗରେ ସୁଲଳିତ କଣ୍ଠରେ ଶ୍ରୀ ପଟ୍ଟନାୟକ ଓଡିଶୀ, ଛାନ୍ଦ ଓ ପଶ୍ଚିମ ଓଡିଶାର ଆଂଚଳିକ ଶୈଳୀରେ ଜଗନ୍ନାଥ ଭଜନ ଓ ଜଣାଣ ପରିବେଷଣ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଗଣିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ବାନ୍ଧି ରଖିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥଙ୍କ ମହିମା ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ମାସର ଅନ୍ତିମ ଦିନରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ଓ ପ୍ରଥମ ଦିନ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଂଚ ପୁରୀଠାରେ ଓଡିଶାର ବିଭିନ୍ନ ପ୍ରାନ୍ତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ନେଇ ଜଗନ୍ନାଥ ଭକ୍ତିରସାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଚଳିତ ମାସ ବଲାଙ୍ଗିରର କଣ୍ଠଶିଳ୍ପୀ ଏଥିରେ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.