oom

ଟ୍ରାକ୍ଟର ଡାଲାର ଗୁପ୍ତ ଚାମ୍ବରରୁ ଗଞ୍ଜେଇ ଜବତ : ୫ ଗିରଫ

jsmm

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା । ୧୮୦ କିଲୋ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ୱରେ ଏକ ଟିମ୍‌ ମାଲକାନଗିରିର ବିଭିନ୍ନ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଯାଉଥିବା ପୁଲିସ ଦେଖିବାକୁ ପାଇଥିଲା । ତେବେ ଟ୍ରାକ୍ଟରରେ ଗଞ୍ଜେଇ ଲଦି ଯିବା ଏକ ପ୍ରକାର ଅସମ୍ଭବ ବୋଲି ପୁଲିସ ଜାଣିଥିଲେ ମଧ୍ୟ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲା । କିନ୍ତୁ ଗଞ୍ଜେଇ ମିଳିନଥିଲା । ତେବେ ଟ୍ରାକ୍ଟର ଟ୍ରଲିରେ ଏକ ଗୁପ୍ତ ଚାମ୍ବର କରି ସେଥିରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା । ଯାହାକୁ ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା । ତୁରନ୍ତ ଗଞ୍ଜେଇକୁ ଜବତ କରିବା ସହ ଓଜନ କରିଥିଲା । ଯାହା ୧୮୦ କିଲୋ ହୋଇଥିଲା । ତୁରନ୍ତ ଟ୍ରାକ୍ଟରରେ ବସି ଗଞ୍ଜେଇ ଚାଲାଣ କରୁଥବା ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ଏମାନେ ହେଲେ ରାଜସ୍ଥାନ ଅଂଚଳ ସାମଲ ସିଂ(୩୨), ବେଦ ପ୍ରକାଶ(୩୦), ରାମ ବୀର ସିଂ(୨୯), ଶେର ସିଂ(୫୦) ଏବଂ କମଲ ମଣ୍ଡଳ(୩୯) । ଏହି ଗଞ୍ଜେଇକୁ ରାଜସ୍ଥାନ ଚାଲାଣ କରାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏଥିସହ ଟ୍ରାକ୍ଟରକୁ ଜବତ କରିବା ସହ ୧୯୦୦ ଟଂକା ନଗଦ, ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି ।

jittmm
Leave A Reply

Your email address will not be published.