oom

ନବରଙ୍ଗପୁର ଲାଖ ହସ୍ତଶିଳ୍ପୀଙ୍କୁ ଗୌରବଶ୍ରୀ ସମ୍ମାନ

jsmm

ନବରଙ୍ଗପୁର : କୋରାପୁଟ ଜିଲାର ଜୟପୁର ସନ୍ଧ୍ୟା ଫଙ୍କସନ୍ ହଲ୍ ଠାରେ ଜୟପୁର ପୁଜ୍ୟପୂଜା ସଂସଦର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ. ଶରତ କୁମାର ପଳିତା, ମୁଖ୍ୟ ବକ୍ତା ଭାବେ ଭଞ୍ଜ ସାହିତ୍ୟ ଗବେଷକ ଡ. ଶାନ୍ତନୁ କୁମାର ରଥ, ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଉଦୟ ଶଙ୍କର ଜାନୀ ଯୋଗ ଦେଇଥିଲେ । ଜୟପୁର ପୁଜ୍ୟପୂଜା ସଂସଦ ତରଫରୁ ଗାଳ୍ପିକ ଉଦୟ ଶଙ୍କର ଜାନୀଙ୍କ ଦ୍ଵାରା ନବରଙ୍ଗପୁରର ଲାଖ ହସ୍ତଶିଳ୍ପୀ ସୁଶ୍ରୀ ପ୍ରଭାତୀ ପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଗୌରବଶ୍ରୀ ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି ।

jittmm
Leave A Reply

Your email address will not be published.