oom

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଶ୍ରୀ ଶ୍ରୀ ସଂକଟେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ପୂଜକ ଭାବେ ନିରଞ୍ଜନ ଦାଶ ଓ ଚିତ୍ତରଞ୍ଜନ ତ୍ରିପାଠୀ ହରିବଂଶ ପାଠ କରିଥିବା ବେଳେ କର୍ତ୍ତା ଭାବେ ପରମାନନ୍ଦ କୁମ୍ଭାର ଓ ଆରତୀ କୁମ୍ଭାର ଦାୟିତ୍ୱ ତୁଲାଇଥିଲେ । ଉପଦେଷ୍ଟା ମଣ୍ଡଳୀ ସହଦେବ ପାଲ, ଉପେନ୍ଦ୍ର ନାଗ, ଅମର ସିଂ ଦୀପ, ବଙ୍ଗାଳୀ ବାଗ, ବୈଶାଖୁ ସୁନା, ଘନଶ୍ୟାମ ସୁନା, ଶ୍ୟାମସୁନ୍ଦର ନନ୍ଦ, ସାଧୁଚରଣ ବିଭାର, ଜୟଲାଲ କୁମ୍ଭାରଙ୍କ ଦିଗଦର୍ଶନରେ ଭକ୍ତ ନନ୍ଦ, ଶିବପ୍ରସାଦ ନନ୍ଦ, ମନୁ ନାଗ, ପ୍ରଭାକର କୁମ୍ଭାର, ନରହରି, ଜଗବନ୍ଧୁ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅଭିମନ୍ୟୁ ଶିକା, ଅର୍ଜୁନ ପାଲ, ଚିନ୍ତାମଣି ନନ୍ଦ, ବିଦ୍ୟାଧର ମହାନନ୍ଦ, ଅର୍ଜୁନ ନାଗ, ଗୋପି ପାଲ, ଗୋବିନ୍ଦ ଦୀପ, ମହେଶ୍ୱର ନାଗ, ରାଘବ ସୁନା, ପର୍ଧନ କୁମ୍ଭାର ପ୍ରମୁଖ ସଂକୀର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗ ଦେଇଥିବା ବେଳେ ସମସ୍ତେ ପ୍ରସାଦ ସେବନ କରି ଆଶୀର୍ବାଦ ଲାଭ କରିଥିଲେ ।

jittmm
Leave A Reply

Your email address will not be published.