oom

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ବାର୍ଷିକ ସାଧାରଣ ସଭା : କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଟିତ ହୋଇଯାଇଛି । ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଳୋଚନା ହୋଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ପୁଜାରୀ ସଦସ୍ୟମାନଙ୍କୁ ସ୍ୱାଗତ କରିବା ପରେ ସଭାପତିଙ୍କ ଅନୁରୋଧ କ୍ରମେ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତି ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସମ୍ପର୍କିତ ପ୍ରସ୍ତାବ ଗୁଡ଼ିକ ଉପରେ ଗୃହର ଅନୁମୋଦନ ଲୋଡ଼ାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ବିଶେଷ କରି ଆୟୋଜିତ ହେବାକୁ ଥିବା ପୁରୁଷ ଓ ମହିଳା ଫୁଟବଲ ଟୂର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଫୁଟବଲ ସମ୍ପାଦକ ହେମନ୍ତ ବେହେରା ଓ ସହଯୋଗୀମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଥିଲା । ଜିଲ୍ଲାରେ ଫୁଟବଲ ଖେଳର ବିକାଶ ସାଧନ କରିବାରେ ସ୍ୱତନ୍ତ୍ର ଭୂମିକା ନେଉଥିବା ବଲାଙ୍ଗିର କ୍ରୀଡ଼ା ଛାତ୍ରାବାସକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯେଉଁ ମସୁଧା ଚାଲିଛି ତାକୁ ରୋକିବାରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପାଦକ ଏବଂ ସଭାପତିଙ୍କୁ ସଂସଦ ପକ୍ଷରୁ ପରାମର୍ଶ ଦିଆଯାଇଛି ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପ୍ରତି ସଚେତନ ହେବା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଗଲା । ସେପ୍ଟେମ୍ବରରେ ହେବାକୁ ଥିବା ଜିଲ୍ଲା ଫୁଟବଲ ଟୂର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅଦ୍ୟାବଧି ୯୩ ଗୋଟି ଦଳ ପଞ୍ଜିକରଣ କରିସାରିଥିବା ବିଷୟରେ ସାଧାରଣ ସମ୍ପାଦକ ଶ୍ରୀ ପୁଜାରୀଙ୍କ ସୂତ୍ରରୁ ପ୍ରକାଶ । ବୈଠକରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ପୂର୍ବତନ ଜିଲ୍ଲା କ୍ରୀଡ଼ାଧିକାରୀ ରାଜେନ୍ଦ୍ର ବଢେ଼ଇ, କ୍ରୀଡ଼ା ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର ପ୍ରମୁଖ ମଞ୍ଚସୀନ ଥିଲେ । କ୍ରୀଡ଼ା ସଂସଦର ବରିଷ୍ଠ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ସଭାପତି ରମାକାନ୍ତ ସେଟ୍‌, ବିକ୍ରମାନନ୍ଦ ବହିଦାର, ସୁଧୀର ଚନ୍ଦ୍ର ପଣ୍ଡା, ଦ୍ୱାରିକା ପଣ୍ଡା, ବିଜୟ ବଂଶଳ, କ୍ରୀଡ଼ା ସମ୍ପାଦକ ବିଭୁତି ପଣ୍ଡା, ଜୟରାମ ମିଶ୍ର, ପ୍ରଫୁଲ୍ଲ ବେହେରା, ଗ୍ରାମ୍ୟ କ୍ରୀଡ଼ା ଓ ମହିଳା ଫେଷ୍ଟିଭାଲ ସମ୍ପାଦକ, ସଂଗ୍ରାମ ବହିଦାର, ଭଲିବଲ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଗୌରଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ମିଶ୍ର, ଡ଼. ସିଦେ୍ଧଶ୍ୱର ମିଶ୍ର, କସ୍ତୁରି ରଥ, ଭୁପେନ୍ଦ୍ର ପ୍ରସାଦ ସିଂ, ସୁନୀଲ ବିଶ୍ୱାଳ, ଶରତ ନନ୍ଦ, ନିଶାରକାନ୍ତ ନାଗ, ନରସିଂ ସ୍ୱାମୀ ନାଇଡ଼ୁ, ଅବଦୁଲ ମୁଜିବ, ଶ୍ରୀକାନ୍ତ ରାଉତ, ଶିବାନନ୍ଦ ବାଗ, କୈଲାଶ କର୍ତ୍ତି ଓ ବିକାଶ ଦାଶ ପ୍ରମୁଖ ଆଳୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.