csstore

ବୌଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ କ୍ରାନ୍ତି ଦିବସଠାରୁ ସ୍ୱାଧୀନତାର ଗୌରବ ଯାତ୍ରା ଆରମ୍ଭ ହୋଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ବୌଦ୍ଧ ସହର ସ୍ଥିତ ହାତୀଶାଳ ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ଦେଶର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ ପକ୍ଷରୁ ଏହି ଗୌରବ ଯାତ୍ରା ଆରମ୍ଭ କରାଯାଇଛି । କଂଗ୍ରେସର ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ମଧ୍ୟ ଏହି ଯାତ୍ରାରେ ଯୋଗଦେଇଥିଲେ । ପ୍ରତିକୂଳ ପାଣିପାଗ ଓ ପ୍ରବଳ ବର୍ଷା ସତ୍ୱେ ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ଏହି ଯାତ୍ରା ଜିଲ୍ଲାର ହରଭଙ୍ଗା ବ୍ଲକର ସରସରା ଗ୍ରାମ ପଞ୍ଚାୟତର ବଘାରପାଲି ଶିବ ମନ୍ଦିର ଠାରୁ ଆରମ୍ଭ ହୋଇ ଧଳପୁର, ହରଭଙ୍ଗା, ଛତରଙ୍ଗ, ଚାରିଛକ, ପୁରୁଣାକଟକ, ହରେକୃଷ୍ଣପୁର, ରାଧାନଗର, ବାମଣ୍ଡା ଦେଇ ମାଊଲସିଙ୍ଗା ଛକ ପର୍ଯ୍ୟନ୍ତ ଆସିଥିଲା । ଏହି ଯାତ୍ରା ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରା ସମୟରେ ଜିଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର, ବରିଷ୍ଠ ନେତା ତାରେଣି ଜେନା, ଶାନ୍ତନୁ କୁମାର ମାହାପାତ୍ର, ପଙ୍କଜ କୁମାର କର୍ଣ୍ଣ, ବାସୁଦେବ ପ୍ରଧାନ, ଗଣ୍ଡାଧର ସ୍ୱାଇଁ, ନାରାୟଣ ବେହେରା, ପୌଲସ୍ତୀ ପ୍ରଧାନ, ରୋହିତେଶ୍ୱର ବେହେରା, ନୀତିଶ ମେହେର, ଝରିଆ ସାହୁ, ଏସିଆ ଜେନା, ବିନୋଦ ସ୍ୱାଇଁ, ବେଣୁଧର ମେହେରଙ୍କ ସମେତ ଶତାଧିକ କର୍ମୀ ସାମିଲ ଥିଲେ।

jayashree
Leave A Reply

Your email address will not be published.