oom

ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ଦ୍ଵାରା ବିଶ୍ଵ ଆଦିବାସୀ ଦିବସ ପାଳନ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ସ୍ଥାନୀୟ ପ୍ରେସ କ୍ଲବ ଅଫିସ ପରିସରରେ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ କଣ୍ଟାବାଞ୍ଜି ଦ୍ଵାରା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ‘ବିଶ୍ଵ ଆଦିବାସୀ ଦିବସ କ’ଣ ପାଇଁ ପାଳନ କରାଯାଏ ଏବଂ ଆଜିର ଯୁଗରେ ଆଦିବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର’ ଏହି ବିଷୟକୁ ନେଇ ଏକ ବିତର୍କ ରଖାଯାଇଥିଲା । ଯେଉଁଥିରେ ପ୍ରେସ କ୍ଲବ କଣ୍ଟାବାଞ୍ଜିର କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ମାରୱାଡ଼ି ଯୁବା ମଂଚ ଓଡ଼ିଶା ପ୍ରଦେଶର ବରିଷ୍ଠ ସଦସ୍ୟ ଆଶିଷ ଖେତାନ୍, ଅଞ୍ଚଳର ବିଶିଷ୍ଟ କବି ତଥା ତୁରେକେଲା ବ୍ଲକ ଗଣମାଧ୍ୟମ ପ୍ରତିନିଧି ତୁଳସୀ ରାମ ଜଗତ ଏବଂ ଅଞ୍ଚଳର ଯୁବ ଆଇନଜୀବୀ ବିବେକ ଶର୍ମା ଭାଗ ନେଇଥିଲେ । ଏହି ବିତର୍କରେ ଆଦିବାସୀମାନଙ୍କର ହକ, ଅଧିକାର ଏବଂ ତାଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ଆଇନ ବିଷୟରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ଆଦିବାସୀମାନଙ୍କ ହକ ଏବଂ ଅଧିକାର ସୁରକ୍ଷା କେମିତି କରାଯାଇ ପାରିବ ଏବଂ କିଭଳି ତାଙ୍କୁ ଶିକ୍ଷିତ କରି ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେ ନେଇ ଆଗକୁ କାର୍ଯ୍ୟରତ ହେବା ପାଇଁ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି ଯୁଗଳ କିଶୋର ଶବର ସଂଘ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ସମାଜ ପ୍ରତି ବିଶିଷ୍ଟ ସହଯୋଗ ଏବଂ ନିତି ଖବର ପ୍ରସାରଣ ପାଇଁ ସାମ୍ବାଦିକ ବିଶିକେଶନ ମାଝୀ ଏବଂ ତୁରେକେଲା ବ୍ଲକ ଗରମାଧ୍ୟମ ପ୍ରତିନିଧି ତଥା ଆମ୍ବେଦକର ଯୁବକ ସଂଘ ସଭାପତି ନିମେଇ ଚରଣ ମହତଙ୍କୁ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ଆଦିବାସୀମାନେ ହେଉଛନ୍ତି ପ୍ରକୃତି ପୂଜକ ସେମାନେ ପ୍ରକୃତିର ସମସ୍ତ ପାହାଡ, ଗଛ, ନଦୀକୁ ପୂଜା କରିଥାନ୍ତି । ତେଣୁ ଏହି ଅବସରରେ ସଂଘ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ବୃକ୍ଷ ରୋପଣ ଅବସରରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା ଏବଂ ପରାମର୍ଶଦାତା ଆନଦ ମୋଟେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.