ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ଉପଲକ୍ଷେ ମାଲପଡା ବ୍ରାହ୍ମଣ ସମାଜ ତରଫରୁ ଏକ କାର୍ଯ୍ୟକ୍ରମ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଆରମ୍ଭରୁ ସରସ୍ୱତୀ ବନ୍ଦନା ଓ ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା । ସମ୍ପାଦକ ସତ୍ୟବ୍ରତ ବେହେରା ସମ୍ୟକ ଧାରଣା ଦେଇଥିଲେ । ମାଲପଡା ବ୍ରାହ୍ମଣ ସମାଜର ଉପସଭାପତି ଗୋପବନ୍ଧୁ ପୁରୋହିତ ଏବଂ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତ୍ରିବିକ୍ରମ ଦାଶ ମଂଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁଇ ଜଣ ୯୦ ପ୍ରତିଶତରୁ ଅଧିକ ରଖିଥିବା କୃତି ଛାତ୍ରୀ ଅନନ୍ୟା ଦାଶ ସରସ୍ୱତୀ ବିଦ୍ୟା ମନ୍ଦିର କଦମପଡା ଓ ଅନନ୍ୟା ତ୍ରିପାଠି ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲକୁ ମାନପତ୍ର, ପଦକ ଏବଂ କପ ସହ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ସଙ୍ଗୀତରେ ଜାଗୃତି ଶତପଥି, ନୈତିକ ନୟନ ଦାଶ, ସାତଭିକା ମିଶ୍ର ପ୍ରମୁଖ ଓ ଡ୍ରଇଂରେ ଆୟୁଶିକା ପୁଝାରୀ, ଅଙ୍କିତ ତ୍ରିପାଠି, ଶ୍ରେୟାଂସ ମିଶ୍ର, ସ୍ମୃତି ଉଦ୍ଗାତା, ଦେବାଞ୍ଜନା ନାଏକ ପ୍ରମୁଖ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଅମ୍ରିତା ରଥ, ଦ୍ୱିତୀୟ ଅପ୍ରିତା ଶତପଥି ପ୍ରମୁଖଙ୍କୁ ମାନପତ୍ର ପଦକ ସହ ପୁରସ୍କୃତ କରାଯାଇଥିଲା । ଉକ୍ତ ସଭାଟିକୁ ଆନନ୍ଦ ଚନ୍ଦ୍ର ବଡପଣ୍ଡା ସଂଯୋଜନା କରିଥିଲେ ।