ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀ ମାନସ ସ୍ୱାଇଁଙ୍କୁ ସେକ୍ଟର ୧୫ ଥାନାକୁ ବଦଳି କରାଯାଇଛି । ଏହି ଅବସରରେ ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ନିରାଡମ୍ବର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଆମ ପୁଲିସ ତରଫରୁ ଶ୍ରୀ ସ୍ୱାଇଁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କ ଅମଳରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଆଇନଶୃଙ୍ଖଳା ସଂପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟଅତିଥି ଶ୍ରୀ ବେହେରା କହିଲେ ଯେ ଶ୍ରୀ ସ୍ୱାଇଁଙ୍କ କର୍ମଦକ୍ଷତା ତାଙ୍କ କଳା ନିପୁଣତା ଅଂଚଳରେ ଶାନ୍ତି ଶୃଙ୍ଖଳାରୁ ପ୍ରତୀୟମାନ ହେଉଛି । ଆଗାମୀ ଦିନରେ ଆମ ପୁଲିସ ଏହିଭଳି ସହଯୋଗ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିହାର ଦାସ, ଗଣେଶ ଜୟସିଂହ, ସୁବାସ ଗୁପ୍ତା ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଚନ୍ଦ୍ରକାନ୍ତ ସାହୁ, ସଂଜୟ ରଜାକ, ମନୋଜ ନାୟକ, ପ୍ରଦୀପ ସେନାପତି, ଗାବିଏଲ ବରୁଆ, ଶଙ୍କର ଜେନା, ବିଦ୍ୟାଧର ଜେନା ଓ ଥାନ ପକ୍ଷରୁ ଏସ୍‌ଆଇ ରଂଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କ ସହଯୋଗ ଓ ଭଲ ପାଇବା ପାଇଁ ଶ୍ରୀ ସ୍ୱାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.