ରାଜଧାନୀକୁ ସରକାରୀ ବସ ଚଳାଚଳ ପାଇଁ ଭାଜପାର ଦାବୀ

କଲ୍ୟାଣସିଂହପୁର : ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରୁ ଭୁବନେଶ୍ୱରକୁ ସିଧାସଳଖ ଯୋଗାଯୋଗ ପାଇଁ କିଛି ସାଧନ ନାହିଁ ତେଣୁ ଲୋକମାନେ ଅନେକ ସମୟରେ ରାଜଧାନୀ ଯିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଘରୋଇ ବସର ଶୋଷଣର ଶିକାର ହେଉଛନ୍ତି ସାଧାରଣ ଯାତ୍ରୀମାନେ । ରାୟଗଡ ଜିଲ୍ଲା ମୁଖ୍ୟାଳୟକୁ ଯିବା ପାଇଁ ଘରୋଇ ବସ ଆବଶ୍ୟକଠାରୁ ଅଧିକ ଭଡା ନେବା ସହ ବସରେ ରହିଥିବା ସିଟ୍‌ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ପ୍ରାୟ ଦେଖିବାକୁ ମିଳୁଛି । ତେଣୁ ଯାତ୍ରୀମାନେ ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ସିକରପାଇ ମଣ୍ଡଳର ସଭାପତି ମନୋଜ କୁମାର ସେଠୀ କହିଛନ୍ତି ।

କଲ୍ୟାଣସିଂହପୁର ବ୍ଲକ ଗୁଡାରୀ, କାଶୀପୁର, ଚନ୍ଦ୍ରପୁର ମୁନିଗୁଡାଭଳି ଦୁର୍ଗମ ଅଞ୍ଚଳକୁ ସରକାରୀ ବସ ସେବା ଯୋଗାଇ ଦେବା ପାଇଁ ସ୍ୱୀକୃତି ମିଳିଥିବା ବେଳେ କାହିଁକି ଦିଆଯାଉନି ବୋଲି ପାର୍ଟି ପ୍ରଶ୍ନ କରିଛି । ତେଣୁ ଅଞ୍ଚଳର ଆଞ୍ଚଳିକ ସମସ୍ୟାକୁ ଦୃଷ୍ଟିରେ ରଖି ଭାଜପା ତରଫରୁ ଏକ ପ୍ରତିନିଧି ଦଳ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯାଇ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇଙ୍କ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରଟି ବ୍ଲକ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯାଇଛି । ଏହି ପ୍ରତିନିଧି ଦଳରେ ମଣ୍ଡଳ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ନରସିଂହ କୌଶଲ୍ୟା, ଶ୍ୟାମଧର ଗାଁଠା, ୱାର୍ଡ ସଭ୍ୟା ସାଗନ୍ତି କୌଶଲ୍ୟା ଓ ଅନେକ ମହିଳା କର୍ମୀ ଯୋଗ ଦେଇଥିଲେ । ସରକାରୀ ବସ ଜିଲ୍ଲାର ସବୁ ବ୍ଲକକୁ ଯାଉଥିବା ବେଳେ କିନ୍ତୁ କଲ୍ୟାଣସିଂହପୁର ବ୍ଲକରେ ନାହିଁ ।

Leave A Reply

Your email address will not be published.