om academy

ବେଆଇନ ମାଙ୍କଡା ପଥର ଖଣିରେ ଚଢାଉ : ପ୍ରୋକଲିନ୍ ଓ ହାଇୱା ଜବତ, ୭ ଗିରଫ

ଟାଙ୍ଗୀ : ବେଆଇନ ମାଙ୍କଡା ପଥର ଖଣି ଉପରେ ଟାଙ୍ଗୀ ପୋଲିସର ନାଇଟ୍ ଅପରେସନ୍ । ଗୋଟିଏ ପ୍ରୋକଲିନ୍ ସହିତ ୬ଟି ହାଇୱା ଜବତ ହୋଇଛି । ଗାଡି ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟରେ ଅଧ ରାତିରେ ପଥର ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ସାଙ୍ଗକୁ ମୋରମ ଚୋରି କରି ନେଉଥିବା ଖବର ମିଳିଥିଲା । ପରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶରେ ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଟିମ୍ ନାଇଟ୍ ଅପରେସନ୍ କରି ଏହି ଧରପଗଡ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସର ଏଭଳି ଡେ-ଆଣ୍ଡ୍-ନାଇଟ୍ ଅପରେସନ୍ ଯୋଗୁଁ ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

Leave A Reply

Your email address will not be published.

20 + 13 =