ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ଭର୍ସନା ମୂଳକ ମନ୍ତବ୍ୟ ଦେଇଥିବା ବେଳେ ଆଜି ବିଜେପି ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ କରିଛି ଏହି ପରିପ୍ରେକ୍ଷୀରେ କଣ୍ଟାମାଳ ବ୍ଲକ୍ ପଲଶାଗୋରା ପୋଷ୍ଟ ଅଫିସ ଛକଠାରେ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ସତାଧିକ କାର୍ୟ୍ୟକର୍ତ୍ତା ଏକତ୍ରିତ ହୋଇ କଂଗ୍ରେସ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ନିଜ ରାଜନୈତିକ ସତ୍ତା ପତନ ଯୋଗୁଁ ଅସହ୍ୟ ହୋଇ ବିଭିନ୍ନ ସମୟରେ ଅଶାଳୀନ ମନ୍ତବ୍ୟ ମାନ ଦେଇଚାଲିଥିବା ବେଲେ ଗତକାଲି ଅଧୀର ରଞ୍ଜନ ଚୌଧୁରୀ ଯାହା କହିଛନ୍ତି ତାହା କେବଳ ରାଷ୍ଟ୍ରପତି ନୁହେଁ, ସମଗ୍ର ଦେଶ ପାଇଁ ଦୁଃଖର ବିଷୟ, ଏଥିରେ କଂଗ୍ରେସ ନେତା ସମଗ୍ର ଦେଶକୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ନାରାୟଣ କର୍ମୀ ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍ ହୋଇ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା କଂଗ୍ରେସ ସହ୍ୟ କରିପାରୁନାହିଁ, କଂଗ୍ରେସ ଦଳ କେବଳ ସୋନିଆ ଗାନ୍ଧି ହିଁ ସର୍ବୋଚ୍ଚ ବୋଲି ଭାବୁଛନ୍ତି, କଂଗ୍ରେସ ନେତାଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । କାର୍ୟ୍ୟକ୍ରମରେ ବରିଷ୍ଠ ନେତା ଗୋପାଲ ପୁରୋହିତ, ଶିବ କମ୍ପ, ଗୋଲେକ ସାହୁ, ଅଂଶୁମାନ କର୍ମୀ, ଶୁଶିଲ କର, ଦେବାର୍ଚନ ନାଏକ, ମଣ୍ଟୁ ସାହୁ, ଦିପକ ବାରିକ, ତ୍ରିଦେବ ନାଏକ, ଦିଲ୍ଲିପ ସୁନା ପ୍ରମୁଖ ସାମିଲ ହୋଇଥିଲେ ।