ଭାଲୁ ଆକ୍ରମଣରେ ୧ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ସୋର ମଣିପୁର ପଞ୍ଚାୟତ ଯାତପଦା ଗାଁରେ ଭାଲୁ ଆକ୍ରମଣରେ ୧ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସେହି ଗାଁର ଗୋପୀନାଥ କିସ୍କୁ ଶୌଚ ହେବା ପାଇଁ ଯାଇଥିବା ବେଳେ ମା’ ଓ ଛୁଆ ଭାଲୁ ମିଶି ତାଙ୍କୁ ଆକ୍ରମଣ କରିଥିଲେ । ଦୁଇ ଗୋଟି ଭାଲୁଙ୍କ ସହିତ ଗୋପୀନାଥ ଲଢେଇ କରି ପାଟି କରିବାରୁ ଗାଁ ଲୋକେ ଭାଲୁ କବଳରୁ ଗୋପୀନାଥଙ୍କୁ ଉଦ୍ଧାର କରିଥିଲେ । ଯାତପଦା ପାହାଡ଼ ପାଦଦେଶରେ ହୋଇଥିବାରୁ ଅନେକ ସମୟରେ ଏହି ଅଞ୍ଚଳର ଲୋକେ ଭାଲୁ ଓ ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଥାନ୍ତି । ସ୍ଥାନୀୟ ବାସିନ୍ଦା ଜଙ୍ଗଲୀ ଜନ୍ତୁ ଆକ୍ରମଣର ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗର ନିଷ୍କ୍ରିୟତା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.