oom

ଅଗ୍ନିକାଣ୍ଡରେ ଜଲିଗଲା ଦୁଇ ବଖରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଖେଲାଉରୀ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମର ସୁଦର୍ଶନ ମଲ୍ଲିକ ଓ ଭାସ୍କର ମଲ୍ଲିକଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଘର ଜଳିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ । ସୂଚନା ପାଇଁ ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ ତହସିଲଦାର ଶ୍ରୀ ଷଡଙ୍ଗୀ ଅଗ୍ନିକାଣ୍ଡର କ୍ଷୟକ୍ଷତି ଆକଳନ କରିବାକୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.