ସୋନିଆ ଗାନ୍ଧୀଙ୍କୁ ଆଜି ପୁଣି ଇଡିର ଜେରା

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହେବେ । ଅଧିକାରୀ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଆଜି ଅପରାହ୍ନରେ ଇଡି ଆଗରେ ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ହାଜର ହେବେ । ଏଥି ସହିତ କଂଗ୍ରେସର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଜଘାଟ ଚାରିପାଖରେ ଧାରା ୧୪୪ ଲାଗୁ କରାଯାଇଛି । କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଆଜି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିରେ ହାଜର ହେବାକୁ ଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜାନପାଥ ବାହାରେ ଭାରି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.