ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଗୁଜୁରାଟର ବୋତଡ ଜିଲ୍ଲାରେ ବିଷାକ୍ତ ମଦ ପିଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୪୦ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନାନୁସାରେ, ମାମଲାର ତଦନ୍ତ ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ବିଷାକ୍ତ ମଦ ତିଆରି ଏବଂ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଗୁଜୁରାଟର ଡିଜିପି ଆଶିଷ ଭାଟିଆ କହିଛନ୍ତି ଯେ, ଗିରଫ ସମସ୍ତଙ୍କୁ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ମୃତକଙ୍କ ମଧ୍ୟରୁ ଜଣଙ୍କ ପତ୍ନୀ କହିଥିଲେ ଯେ, ରବିବାର ରାତିରେ ବିଷାକ୍ତ ମଦ ପିଇ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ବିଷାକ୍ତ ମଦ ପିଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ହିମତ ଭାଇ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ଅନେକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି ।

Leave A Reply

Your email address will not be published.