ଗାୟତ୍ରୀ ପରିବାର ଦ୍ୱାରା ଗୁରୁପୂର୍ଣ୍ଣିମା ପର୍ବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ପରିବାର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ କାମକ୍ଷାନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ଗୁରୁପୂର୍ଣ୍ଣିମା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁ ଶିଷ୍ୟ ପରମ୍ପରାର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ହେବା ଦ୍ୱାରା ଶିଷ୍ୟର ସର୍ବାଙ୍ଗୀନ ସାଧିତ ହୋଇଥାଏ ବୋଲି ବ୍ୟାସପୀଠରୁ ଆର୍ଶୀବଚନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୁରୁପୂର୍ଣ୍ଣିମା ପର୍ବ ପୂଜନ, ଗାୟତ୍ରୀ ଯଜ୍ଞ, ଜନ୍ମଦିବସ, ସଂସ୍କାର ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ପରେ ପରେ ଉପସ୍ଥିତ ପରିଜନମାନେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ପ୍ରୟାସ କରିବା ନିମନ୍ତେ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.