ବୀଣାପାଣି ଗ୍ୟାସ୍‌ ବିତରକ ଅଫିସରେ ଅଗ୍ନିକାଣ୍ଡ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ- କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ବୀଣାପାଣି ଇଣ୍ଡିଏନ୍‌ ଗ୍ୟାସ୍‌ ବିତରକ ଅଫିସରେ ଗତକାଲି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସକାଳୁ ଏଠାରେ ଧୂଆଁ ବାହାରୁଥିବା ଦେଖି କିଛି ବ୍ୟକ୍ତି ଦମକଳ ବାହିନୀ ଓ ମାଲିକଙ୍କୁ ଖବର ଦେଇଥିଲେ । ଅଗ୍ନିକାଣ୍ଡ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଅଫିସ ଭିତରେ ଥିବା ସମସ୍ତ କାଗଜପତ୍ର ଓ ଟେବୁଲ ଆଦି ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଇଛି ବୋଲି ଗ୍ୟାସ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.