ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ

ମୋହନା : ନାରାୟଣ ନଗରରେ ଥିବା ଚାଓମିନ୍‌ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଘଟଣ ଘଟିଛି । ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜାଳେଣି ଗ୍ୟାସ ଲିକ୍‌ ଯୋଗୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଏନେଇ ପୁଲିସ ଓ ଦମକଳ ବାହିନୀ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସମସ୍ତ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.