ଜୈବିକ ଚାଷ କରି ଚାଷୀ ସୀମାଞ୍ଚଳ ରାଉତ ଉପକୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଓମ୍ ଏଗ୍ରୋ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରେ ପାଟଣାଗଡ଼ ବ୍ଲକ ସେଲ୍ ହେଡ୍‌ ଭାବେ ଅକ୍ଷୟ ଦୀର୍ଘ ୬ବର୍ଷ ଧରି କମ୍ପାନୀରେ କାମ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତ ଡାଏଡୁମେର, ସୁନା ମୁଦି, ତୁଲସୀଡୁଙ୍ଗୁରୀ, ଖଲିପଥର, ଯୁବା, ଚିଙ୍ଗେରବନ୍ଦ, ବାଙ୍କିବାହାଲ ପରୁଆଭାଡି, ଧାତୁକ ଆଦି ପଞ୍ଚାୟତର ଗ୍ରାମମାନଙ୍କୁ ଯାଇ ସମସ୍ତ ଚାଷୀମାନଙ୍କୁ ଭେଟି ତାଙ୍କ କମ୍ପାନୀର ପ୍ରଚାର କରୁଛନ୍ତି । ନିମ୍ ନାମକ ଔଷଧ ଧାନ, କପା, ଟମାଟୋ, ବାଇଗଣ ଆଦି ଚାଷରେ ବ୍ୟବହାର କରିବା ଦ୍ଵାରା ମାଟିର ଉର୍ବରତା ବଢ଼ାଇବାରେ ସାହାଯ୍ୟ କରିବା ସହ ରୋଗପୋକ ନ ଲାଗିବା ସଙ୍ଗେ ଅଧିକ ଅମଳ ହେଉଥିବା ଚାଷୀମାନଙ୍କୁ ବୁଝାଇଥିଲେ । ଏହା ବ୍ୟବହାର କରି ଏକର ପିଛା ୪୦ରୁ ୫୦ ବସ୍ତା ପର୍ଯ୍ୟନ୍ତ ଧାନ ସେଲ୍ ହେଡ୍‌ ଅକ୍ଷୟ କହିଛନ୍ତି । ପାଟଣାଗଡ଼ ବ୍ଲକ ସୁନାମୁଦି ଗ୍ରାମର ଡାଏଡୁମେର ଗ୍ରାମର ଚାଷୀ ସୀମାଞ୍ଚଳ ରାଉତ ରବି ଋତୁରେ ୨୦ଏକର ଧାନ ଚାଷ କରି କମ୍ପାନୀ ଔଷଧ ବ୍ୟବହାର କରିବା ଫଳରେ ଉପକୃତ ହେଉଥିବା ଚାଷୀ ଶ୍ରୀ ରାଉତ କହିଛନ୍ତି । ଏହି କମ୍ପାନୀର ଔଷଧ ବ୍ୟବହାର କରି ଚାଷୀମାନେ ବହୁତ ଲାଭବାନ ଥିବା ହେତୁ କମ୍ପାନୀର କର୍ମଚାରୀ ଅକ୍ଷୟକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.