ସାପ କାମୁଡାରେ ବୃଦ୍ଧ ମୃତ

ନୂଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଲଖନା ଥାନା ଶୁଆବାହାଲ ଗାଁରେ ସାପ କାମୁଡାରେ ଛବିରାମ ମାଝୀ(୬୧)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ତାଙ୍କୁ ସୋମବାର ସନ୍ଧ୍ୟାରେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.