ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଛତ୍ରପୁର ବିଜେପି ପ୍ରତିନିଧି ମଣ୍ଡଳୀ

• ଗୋପାଳପୁର ବନ୍ଦର ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆର୍ଯ୍ୟପଲ୍ଲୀ ଠାରେ ଫିସିଙ୍ଗ ହାରବର ନିର୍ମାଣ ହେବ – କେନ୍ଦ୍ରମନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ବାସଭବନକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି, ବିଜେପି ଛତ୍ରପୁର ପ୍ରତିନିଧି ମଣ୍ଡଳୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ମତ୍ସ୍ୟସମ୍ପଦ ବିକାଶ ମନ୍ତ୍ରୀ ସଞ୍ଜୟ କୁମାର ବାଲ୍ୟାନଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି । ବିଶେଷକରି ଗଞ୍ଜାମବାସୀଙ୍କ ହିତ ଦୃଷ୍ଟିରୁ ଛତ୍ରପୁରର ବିକାଶ ଏବଂ ଜୀବିକା ମିଶନ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭାଜପା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତ୍ତୃତ୍ୱଧାରୀ ପ୍ରଶାନ୍ତ କୁମାର କର ଗୁରୁତ୍ୱାରୋପ କରିଛନ୍ତି । ପ୍ରାରମ୍ଭରେ ଶ୍ରୀ କରଙ୍କ ନେତ୍ତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯାଇ ପୁଷ୍ପଗୁଚ୍ଛ ଦେଇ ଭବ୍ୟ-ସମ୍ବର୍ଦ୍ଧନା ଜଣାଇ ଛତ୍ରପୁର ବିକାଶ ଓ ଗରୀବ ଲୋକଙ୍କ ଜୀବନ ଜୀବିକା ଉପରେ ଆଲୋକପାତ କରିଥିଲେ । ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆର୍ଯ୍ୟପଲ୍ଲୀଠାରେ ଫିସିଙ୍ଗ ହାରବର ନିର୍ମାଣ କରିବା ପାଇଁ ଏକ ଆଲୋଚନା କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କର, ଛତ୍ରପୁର ବ୍ଳକ୍ ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ଭାଜପା ସଦସ୍ୟ ଏନ୍. ଦୀନବନ୍ଧୁ ଓ ଜିଲ୍ଲା ଯୁବମୋର୍ଚ୍ଚା ଉପ-ସଭାପତି କେ. ରଘୁନାଥ ରେଡ୍ଡୀ ଉପସ୍ଥିତ ଥିଲେ । ଅତିଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.