oom

ଅଗ୍ନିପଥକୁ ବିରୋଧ କରି ଭଞ୍ଜନଗର କଂଗ୍ରେସର ଧାରଣା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡ଼େ ଅଶାନ୍ତି ଲାଗି ରହିଛି । ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି । ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଧାରଣା, ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଛି । ସେହିପରି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିପଥ ନିଯୁକ୍ତି ପ୍ରଥାକୁ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ ଡାକରା ଦିଆଯାଇଛି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବହୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ କେବେବି ସଫଳ କରାଇ ଦିଆଯିବନି ବୋଲି କଂଗ୍ରେସ ଦଳ ଏହାକୁ ଜୋରଦାର ବିରୋଧ କରିଛି । ୪ ବର୍ଷ କାର୍ଯ୍ୟ କରିବା ପରେ ଜଣେ ଯୁବକ ସରକାରଙ୍କ ପାଇଁ ଅଲୋଡ଼ା ହୋଇଯିବ ଏବଂ ଯାହାଫଳରେ ତାର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର । ତେଣୁ ଏହି ନିଯୁକ୍ତିକୁ ସ୍ଥାୟୀ କରିବା ସହ ତାକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ କରାଯାଇଛି । ଏଥିରେ ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଭଞ୍ଜନଗର ଏନଏସି ସଭାପତି ସନ୍ତୋଷ କୁମାର ଦିଗାଲ, ଭାସ୍କର ପତି, ସଦାନନ୍ଦ ପ୍ରଧାନ, ଯୁବ ଜିଲ୍ଲା ସମ୍ପାଦକ ଜବାହରଲାଲ ସାହୁ, ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ, ବିକ୍ରମ ବିଷୋୟୀ, ପ୍ରତାପ ସ୍ୱାଇଁ, ପ୍ରତାପ ପ୍ରଧାନ, ଋଷି ସାହୁ, ସନ୍ତୋଷ ଗୌଡ଼ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.