oom

ହମ୍ ନିଶାଦ୍‌ର ଡିଲଗ ବର୍ଷାର ଛିଟା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ହମ୍ ନିଶାଦ୍‌ର ଡିଲଗ (ବର୍ଷା ର ଛିଟା) କାର୍ଯ୍ୟକ୍ରମ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଡଃ ସଂଚିତା ଚୌଧୁରୀଙ୍କ ଅଧ୍ୟକ୍ଷତା ଓ ମହମ୍ମଦ କାଶିମଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତିର ସଭାପତି ସୀମା ଭୌମିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଦୀପିକା ମହିଳା ସଂହତିର ଉପସଭାପତି ଇନ୍ଦ୍ରାଣୀ କୁଣ୍ଡୁ, ସମାପିକା ସାହୁ, ଆର୍‌ଏସ୍‌ପି ପ୍ରୋଜେକ୍ଟ ଇଡି ପି.କେ.ସାହୁ, ମହାପ୍ରବନ୍ଧକ ଏସ୍‌.କେ. ମଲ୍ଲିକ, ମହାପ୍ରବନ୍ଧକ ବିଜୟ କୁମାର ରାଉତ, ସଂଚାର ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଭୌମିକ ଏହି ଅବସରରେ କହିଲେ ଯେ, ସଂଗୀତ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ ଏହା ମାନସିକ ଅବସାଦ ଦୂର କରିବା ସହ ଭାଇଚାରା ସୃଷ୍ଟି କରିଥାଏ । ଏହି ଅବସରରେ ଅନୁଷ୍ଠାନର ସର୍ବଶ୍ରୀ ଆତିଶ ସରକାର, ଡଃ ସୁଚିତ୍ରା ଚୌଧୁରୀ, ଏମ୍‌ଡି କାଶିମ, କୋଏଲ ସାହା, ସୌମି ପଟ୍ଟନାୟକ, ସୁଚରିତା ମହାନ୍ତି, ବିନିତା ପଣ୍ଡା, ସୁମିତ୍ରା କୁଜୁର, ଇନ୍ଦ୍ରାଣୀ ସରକାର, ବିତିଶ ବରଣ ନାୟକ, ସୌମ୍ୟ କାନ୍ତ ମିଶ୍ର, ଅସ୍ମିତା ଭଟ୍ଟାଚାର୍ଯ୍ୟ, ଏମ୍‌ଡି ଆୟାନ, ଏମ୍‌ଡି ଅରମାନ, ଅର୍ଣ୍ଣବ ଶଙ୍କର, ଶିବେସ ସାହା, ଆୟାନା ମୁଖାର୍ଜୀ, ପଦ୍ମା ବାଗ୍ରୀ, ଅସୀମ ବେହେରା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଗଣନାୟକ ଭଜନଠାରୁ ଆରମ୍ଭ କରି ଚୁପକେ ଚୁପକେ ଓ ବିଭିନ୍ନ ରାଜ୍ୟର ଭାଷାକୁ ନେଇ ଏକକ ସଂଗୀତ ଗାନ କରାଯାଇଥିଲା । ଏଥିରେ ବାଦ୍ୟଯନ୍ତ୍ରରେ ମନୋଜ ନାୟକ, ଗଣେଶ ଟେଟେ, ଅମିତ ରଣା, ପୁଲକ ରଂଜନ ମଲ୍ଲିକ, ନେଲସନ, ରମେଶ ପ୍ରମୁଖ ସହଯୋଗ କରିଥିଲେ । ସହରର ବହୁ ସଂଗୀତ ପ୍ରେମୀ ଦର୍ଶକ ଏହାକୁ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.