jsm

ପାଜିବାହାଲି ଜଙ୍ଗଲ ନିକଟରୁ ୬ ଲକ୍ଷ ୩୦ ହଜାର ଲୁଟ ଅଭିଯୋଗ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର- ରିସିଡା ରାସ୍ତାର ରାମୁଡ ଜଙ୍ଗଲ ପାଖରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମତେ ମଦନପୁର ନିକଟ ଗୋପାଳପୁର ଗ୍ରାମର ଭୂପିନ୍ଦର ରଣା ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ୬ ଲକ୍ଷ ୩୦ ହଜାର ଟଙ୍କା ପାଖାପାଖି ଉଠାଣ କରି ଏକୁଟିଆ ନିଜ ବାଇକରେ ମଦନପୁରରେ ନିଜେ ଖୋଲିଥିବା ଗ୍ରାହକ ସେବାକେନ୍ଦ୍ରକୁ ଟଙ୍କା ନେଇ ଯାଉଥିଲେ । ପାଜିବାହାଲି ଛକ ନିକଟ ରାମୁଡ଼(ପାଜି ବାହାଲି) ଜଙ୍ଗଲ ନିକଟରେ ପୂର୍ବରୁ ମ.ରାମପୁରରୁ ପିଛା କରୁଥିବା ୩ ଜଣ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ବାଇକରେ ଧକ୍କା ଦେବା ଫଳରେ ଭୂପିନ୍ଦର ବାଇକ୍ ସହିତ ତଳେ ପଡ଼ିଯାଇଥିଲେ । ସେ ପଡ଼ିଯିବା ପରେ ତାଙ୍କ ପାଖରୁ ଟଙ୍କା ବ୍ୟାଗ ଛଡେଇ ନେଇ ପୁଣି ମ.ରାମପୁର ପଟକୁ ଏକ ସିଡି ଡିଲକ୍ସ ଗାଡ଼ିରେ ଫେରାର ମାରିଥିଲେ । ଏନେଇ ମ.ରାମପୁର ପୁଲିସକୁ ଫୋନ ଯୋଗେ ଖବର ଜଣାଇ ଥିଲେ । ଖବର ପାଇ ମ. ରାମପୁର ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ମ. ରାମପୁର ନିକଟ ପାଇକ ସଢେଲ ନିକଟରୁ ୪୯ ହଜାର ଲୁଟ୍ ହେଇଥିଲା ଏବଂ ସେଇ ଲୁଟେରା ମାନେ ମଧ୍ୟ ସିଡି ଡିଲକ୍ସ ଗାଡି ବ୍ୟବହାର କରିଥିଲେ, ସେଇ ଲୁଟ୍‌ରେ ମଧ୍ୟ ତିନି ଜଣ ସାମିଲ୍ ଥିଲେ । ଦିନ ଦିପହରେ ଲୁଟ୍ ଘଟଣା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

yuvodaya
Leave A Reply

Your email address will not be published.