oom

ବିଡିଓଙ୍କ ଦ୍ୱାରସ୍ଥ ହେଲେ ତାଳଭଟା ଗ୍ରାମର ଶ୍ରମିକ

jsmm

କଣ୍ଟାବାଂଜି, (ଗୁରୁଦୟାଲ ହଂସ) : ଆଜି କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ତାଳଭଟା ଗ୍ରାମର ଶ୍ରମିକମାନେ ଆଜି ବଙ୍ଗୋମୁଣ୍ଡା ବ୍ଲକକୁ ଆସି ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଶ୍ରମିକମାନଙ୍କ କହିବା ଅନୁସାରେ ଦୀର୍ଘ ଏକ ବର୍ଷ ହେବ ନିଜ ଗ୍ରାମରେ ଗୋଟିଏ ପୋଖରୀର ଉନ୍ନତି ମୂଳକ କାର୍ଯ୍ୟ କରି ଏପର୍ଯ୍ୟନ୍ତ ପାଉଣା ପାଇ ନଥିବା ଯୋଗୁଁ ଆଜି ବିଡିଓ ଦ୍ୱାରସ୍ଥ ହୋଇ ବିଡିଓ ରିକୁନା ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଏହା ଉପରେ ଯଦି କିଛି ପଦକ୍ଷେପ ନ ନିଆଯାଏ ତାହାଲେ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ କରାଯିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.