oom

ପାଇକମାଲରେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ତରଫରୁ ପାଇକମାଲଠାରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ ମୁଖ୍ୟବକ୍ତା ଭାବେ ଯୋଗଦେଇ “ଜନ ସଂଘ” ରୁ “ବିଜେପି” ଓ ଏକ ଦେଶ ମେ ଦୋ ପ୍ରଧାନ, ଦୋ ନିଶାନ ନହିଁ ଚଲେଗା ନହିଁ ଚଲେଗା ସ୍ଳୋଗାନର ମହତ୍ୱ ଉପରେ ମତ ପ୍ରକାଶ କରିବା ସହ ଦେଶ ପାଇଁ ଡା ଶ୍ୟାମ ପ୍ରସାଦଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ମତ ବ୍ୟକ୍ତ କରିଥିଲେ । କେନ୍ଦ୍ରରେ ମୋଦୀ ସରକାର ଗଠନ ହେବା ପରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀ ଯେଉଁ ପ୍ରସଙ୍ଗ ପାଇଁ ବଳିଦାନ ଦେଇଥିଲେ ତାହା ସଫଳ ରୂପାୟନ ହୋଇଥିବାରୁ ଦେଶବାସୀ ଖୁସି ଅଛନ୍ତି ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ଏହି ଅବସରରେ ଝାରବନ୍ଧ ବ୍ଲକର ଶ୍ୟାମଲାଲ ନାୟକ ଓ ଡମ୍ବରୁଧର ନାୟକ ଭାରତୀୟ ଜନତା ପାର୍ଟି ସାମିଲ ହୋଇଥିଲେ । ଏହି ବଳିଦାନ ଦିବସ ପାଳିତ କାର୍ଯ୍ୟକ୍ରମରେ ପାଇକମାଲ ଜିଲ୍ଲା ପରିଷଦ ତଥା ରାଜ ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଶୁଶାନ୍ତ ନାଗ, ଦେବେନ୍ଦ୍ର ନାରାୟଣ ପାଲ, ଧନସିଂ ତାଣ୍ତି, ଦୁଃଶାସନ କୁମ୍ଭାର, ସତ୍ୟ ନାରାୟଣ ବେହେରା, ନୁରାବନ ଭୋଇ, ଯୋଗେନ୍ଦ୍ର ଭୋଇ, ସୁକଦେବ ପ୍ରଧାନ, ରାଜେନ୍ଦ୍ର ସେଠ, ଓମ ପ୍ରକାଶ ନାୟକ, ଗୋବିନ୍ଦ ବନଛୋର, ପ୍ରଫୁଲ୍ଲ ନାୟକ, ରତିଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.