ଲାହାଡି ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍‌ରେ ଅଘଟଣ : ଯୁବକ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଲାହାଡ଼ି ଗ୍ରାମ ନିକଟ ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍‌ରେ ଅଘଟଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କ୍ୟାମ୍ପରେ ଥିବା ପେଟି ଠିକାଦାର କୋକସରା ଥାନାର ଖୁନ୍ତିଆ ଗ୍ରାମର ତୁଳସୀ ରାମ୍ ଧାରୁଆ (ମଣ୍ଟୁ) (୩୬) ଓ ଅନ୍ୟମାନେ ନଦୀରେ ପାଣି ବଢ଼ିଲେ, ନଦୀ କୂଳରେ ଥିବା ସାମଗ୍ରୀ ଭାସି ଯାଇପାରେ ବୋଲି ଆଶଙ୍କା କରି ସାମଗ୍ରୀ ଉଦ୍ଧାର କରି ଆଣିବାକୁ ଯିବା ସମୟରେ ମୃତକ କ୍ୟାମ୍ପରେ ଥିବା ଡିଜି(ଜେନେରେଟର) ଅନ୍ କରିବାକୁ ଯିବା ବେଳେ ସର୍ଟସର୍କିଟ ଯୋଗୁଁ ଝଟ୍‌କା ଲାଗିଥିଲା । ସେ ଛିଟିକି ପଡ଼ିବା ସହ ତାଙ୍କ ଉପରେ ବିଦ୍ୟୁତ୍ ତାର ପଡ଼ିଥିଲା । ପରେ ତାଙ୍କୁ ଉଦ୍ଧାର କରି ମ.ରାମପୁର ଗୋଷ୍ଠୀ ତ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମ.ରାମପୁର ଥାନାରେ କେସ୍‌ ନମ୍ୱର୍ ୧୫୫/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ଜୟ ଦେବ ତାରିଣୀ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ତେବେ ବର୍ଷା ହେବା ପରେ ମୃତକ ଜେନେରେଟର ଅନ୍ କଲା ବେଳେ କେମିତି ସତର୍କ ରହିଲେ ନାହିଁ, କ୍ୟାମ୍ପରେ ଜେନେରେଟରକୁ ସୁରକ୍ଷିତ ସ୍ଥାନରେ ବର୍ଷା ପୂର୍ବରୁ କାହିଁକି ରଖା ଯାଇ ନ ଥିଲା, ତାକୁ ନେଇ ସାଧାରଣରେ ଠିକାଦାରଙ୍କ ଅବହେଳା କୁନେଇ ସମାଲୋଚନା ହେଉଛି ।

jittmm
Leave A Reply

Your email address will not be published.