pakka

ବିଜେଡିର ଖବରଦାତା ସମ୍ମିଳନୀ ପ୍ରକାଶ : ଭେଡିଙ୍ଗ ଜୋନ ନିର୍ମାଣରେ କଂଟାବାଂଜି ଏନ୍‌ଏସିର ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ ଏନ୍‌ଏସି ଏମ୍‌ଇ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏ୍‌ସି ଦ୍ୱାରା ସରକାରୀ ହସପିଟାଲ ନିକଟରେ ନିର୍ମାଣ ହେଉଥିବା ଭେଡିଙ୍ଗ୍‌ ଜୋନରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି କଂଟାବାଂଜି ବିଜୁ ଜନତା ଦଳ । ସୋମବାର ସଂଧ୍ୟାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ଗତ ନିର୍ବାଚନୀରେ ପରାଜିତ ବିଧାୟକ ପ୍ରାର୍ଥି ଅଜୟ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି ଖବରଦାତା ସମ୍ମିଳନୀ । ଏହି ସମ୍ମିଳନୀରେ ଶ୍ରୀ ଦାସ ସଂଗୀନ ଅଭିଯୋଗ ଆଣି କହିଛନ୍ତି ଏନ୍‌ଏସି ଦ୍ୱାରା ନିର୍ମାଣ ହେଉଥିବା ୨୬ ଗୋଟି ଭେଡିଙ୍ଗ୍‌ ଜୋନ ପାଇଁ ସରକାରଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କା ଅନୁଦାନ ମିଳିଛି । ହେଲେ ୨୬ ଗୋଟି ଭେଡିଙ୍ଗ୍‌ ଜୋନ ପାଇଁ ପ୍ରତ୍ୟେକ ଷ୍ଟଲ ପିଛା ୯୦ ହଜାର ଟଙ୍କା ବ୍ୟୟ ହେଉଥିବା କାଗଜ କଲମରେ ଚାଲିଥିବା ବେଳେ ସେତେ ପରିମାଣର ଟଙ୍କା ବ୍ୟୟ ନ କରି ପ୍ରତ୍ୟେକ ଦୋକାନ ଗୃହ ଗୁଡିକ ୫ ଇଂଚ କାନ୍ଥରେ ନିର୍ମିତ କରୁଥିବା ସହ ଅଧାରୁ ଟିଣ ଚଦର ଲଗାଯାଉଛି । ଏପରିକି ଦୋକାନରେ ଗ୍ରିଲ ମଧ୍ୟ ଲଗାଯାଉ ନାହିଁ ଯାହା ଦୋକାନୀ ପାଇଁ ସୁରକ୍ଷିତ ନୁହେଁ । ଏପରିକି କଂଟାବାଂଜି ଏନ୍‌ଏସି ଓ ବର୍ତମାନର କାଉନସିଲ ଦ୍ୱାରା ସଂପୂର୍ଣ୍ଣ ଭାବେ ନିମ୍ନମାନର କାମ କରିବା ସହିତ ପ୍ରକୃତ ଅଟକଳଠାରୁ କମ୍‌ ଖର୍ଚ୍ଚରେ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏନ୍‌ଏସି କାର୍ଯ୍ୟାଳୟଠାରୁ ଅନତି ଦୂରରେ ଥିବା ବେଳେ ପ୍ରତ୍ୟହ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ନଗରପାଳ ଯିବା ଆସିବା କରୁଥିବା ବେଳେ କିପରି ଏହାର ଅନୁଧ୍ୟାନ କରୁନଥିବା କହିଛନ୍ତି ଦାସ ଏପରିକି କଂଟାବାଂଜି ସହରରେ ଦିନ ଦ୍ୱି ପ୍ରହରରେ ବ୍ୟାଙ୍କ ପରିସରରେ ରାସ୍ତା ଘାଟରେ ଚୋରୀ ରାହାଯାନି ବୃଦ୍ଧି ପାଉଥିବା ବେଳେ କେବଳ ୫ ଇଂଚ କାନ୍ଥରେ ନିର୍ମାଣ ହେଉଥିବା ଦୋକାନ ଗୃହଗୁଡିକ ରାତିରେ କେତେ ସୁରକ୍ଷିତ ତାହା ଜନସାଧାରଣ ଉପଲବ୍ଧି କରିବା ଉଚିତ ବୋଲି କହିଛନ୍ତି । ଏହି ୨୬ ଗୋଟି ଭେଡିଙ୍ଗ୍‌ ଜୋନ ନିର୍ମାଣରେ ନିମ୍ନମାନର କାମ ହେଉଥିବା ସହ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ ହେଉଥିବା ବିଜେଡିର ଅଭିଯୋଗ ଉପରେ ଏନ୍‌ଏସିର ମ୍ୟୁନିସିପାଲ ଇଂଜିନିୟର ଅଶୋକ ପଟ୍ଟନାୟକଙ୍କୁ ପଚାରିବାରୁ କହନ୍ତି ସଂପୃକ୍ତ ଗାଇଡ ଲାଇନ ଅନୁସାରେ ନିର୍ମାଣ କରାଯାଇଛି ଏଥିରେ କୌଣସି ପ୍ରକାର ନିମ୍ନ ମାନର ହୋଇନାହିଁ ଏପରିକି ଭେଡିଙ୍ଗ ଜୋନ ସଂପୂର୍ଣ୍ଣ ଭାବେ ଆସ୍ଥାୟୀ ଷ୍ଟ୍ରକ୍‌ଚର ହୋଇଥିବାରୁ ମାଟି ତଳୁ ଟିଣ ବଦଳରେ ୫ ଇଂଚର କାନ୍ଥ ଯୋଡାଯାଇଛି ଯାହା ଭବିଷ୍ୟତରେ କୌଣସି ପ୍ରକାରେ ଟିଣ ଖରାଫ ହେବ ନାହିଁ । ପୁଣି କଂଟାବାଂଜି ଭେଡିଙ୍ଗ ଜୋନ ସଂପୂର୍ଣ୍ଣ ଭାବେ ସରକାରୀ ଗାଇଡ ଲାଇନ ଏବଂ ଅଟକଳ ମୁତାବକ ନିର୍ମାଣ କରାଯାଇଛି । ଏହି ଖବରଦାତା ସମ୍ମିଳନୀରେ ନଗର ଉପସଭାପତି ଦେବାର ବାରିକ, ବିଜେଡି ୟୁଥ ସଂପାଦକ ଶାନ୍ତନୁ ବିଭାର ଏବଂ ଜିଲ୍ଲା ସଂପାଦକ ବିନୟ ବିଭାର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 + 4 =