pakka

ଜାତୀୟ ରାଜପଥରେ ପିକ୍‌ଅପ୍‌ ବାଇକ୍ ଦୁର୍ଘଟଣା : ଦୁଇ ବାଇକ ଆରୋହୀ ମୃତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଟିଟିଲାଗଡ ଜାତୀୟ ରାଜପଥର ବହଲି ଛକଠାରେ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗିର ପଟରୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ, ସଇଁନ୍ତଲା ପଟରୁ ଆସୁଥିବା ଏକ ବାଇକକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ଫେରାର ମାରିଛି । ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ପିକ୍‌ଅପ୍‌ ଭ୍ୟାନର କ୍ୟାବିନ ଉପରେ ପଡିଥିବା ବେଳେ ଅନ୍ୟ ଜଣେ ପିକଅପର ଚକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି । ମୃତକଙ୍କ ଭିତରୁ ଜଣେ ସଇନ୍ତଲା ନିକଟସ୍ଥ ରେଙ୍ଗାଲି ଗାଁର ଏବଂ ଅନ୍ୟ ଜଣେ ବଲାଙ୍ଗିର ସହରର ବୋଲି ଜଣାପଡିଛି ।

Leave A Reply

Your email address will not be published.

two × one =