jsm

ଖପ୍ରାଖୋଲରେ ବ୍ଲକସ୍ତରୀୟ ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ବୈଠକ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ବ୍ଲକସ୍ତରୀୟ ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ବୈଠକ ବିଡ଼ିଓ ଭୀମସେନ କହଁରଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଟିତ ହୋଇଯାଇଛି । ବୈଠକରେ ବର୍ଷାଦିନ ଆସିଥିବାରୁ ତାର ପ୍ରସ୍ତୁତି, ଜନ ସଚେତନତା, ନଦୀ ନାଳ, ରାସ୍ତା ଘାଟ ମରାମତି, ବିଭିନ୍ନ ସେବା ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ତହସିଲ ଦାର ଆଦିତ୍ୟ ପ୍ରସାଦ ମିଶ୍ର, ସିଡ଼ିପିଓ ସୁଜାତା ଦୋରା, ବ୍ଲକ୍ ଉପାଧକ୍ଷ ସୁଖୀ ରାମ ଶାଣ୍ଡ, ପିଏ ଅଶୋକ ପାଣିଗ୍ରାହୀ, ଜିପିଇଓ ସୁଶାନ୍ତ କୁମାର ପାଣି, ବ୍ଲକ୍ ଅଗ୍ନିଶମ ଅଧିକାରୀ ସମେତ ବ୍ଲକ୍‌ର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ପରେ ଅଗ୍ନିଶମ ବିଭାଗ ଦ୍ଵାରା ବ୍ଲକ୍ ପରିସରରେ ବନ୍ୟା ପରିସ୍ଥିତି ମୁକାବିଲା ସମ୍ପର୍କିତ ମକ୍ ଡ୍ରିଲ ପ୍ରଦର୍ଶିତ କରିଥିଲେ ।

yuvodaya
Leave A Reply

Your email address will not be published.