csstore

ଆସନ୍ତା ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିବ ସେଲିବ୍ରେସନ କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲିବ୍ରେସନ କମିଟି ତରଫରୁ ଆସନ୍ତା ୨୧ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ସିଭିଲଟାଉନସିପ ସ୍ଥିତ ମଡର୍ଣ୍ଣ ପଡିଆ ଠାରେ ସକାଳ ୬ଟାରୁ ୭ଟା ୩୦ମଧ୍ୟରେ ପାଳନ କରାଯିବ ବୋଲି ଜଣାପଡିଛି । ଏନେଇ ସିଭିଲଟାଉନସିପ ସ୍ଥିତ ଓ ୪/୨ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେଲିବ୍ରେସନ କମିଟିର କାର୍ଯ୍ୟକାରୀ ସଂପାଦକ ସୁଶାନ୍ତ କୁମାର ଶତପଥୀ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ଜୁନ୍ ମାସ ୨୧ ତାରିଖ ଦିନ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମ ୨୦୧୫ରୁ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବେଳେ ଗତ ଦୁଇ ବର୍ଷ କରୋନା ପାଇଁ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଚଳିତ ବର୍ଷ ଏହାକୁ ପାଳନ କରାଯିବ । ଚଳିତ ବର୍ଷ ‘ମାନବିକତା ପାଇଁ ଯୋଗ’ ଥିମ ରହିଛି । ଏହି ଯୋଗ ଶିବିରରେ ସିଭିଲଟାଉନସିପର ଦିଶା, ଉତ୍କଳ ଗାୟତ୍ରୀ ଯୁବ ପରିଷଦ, ଜାଗରଣ, ରୋଟାରୀ କ୍ଲବ ରୟାଲ, ରୋଟାରୀ କ୍ଲବ କୁଇନ, ଆଇଏନଓ, ସୁନ୍ଦରଗଡର ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍, ମାରୱାଡି ମହିଳା ମଂଚ, ଲାୟନ୍ସ କ୍ଲବ ଅଫ୍ ବେଦବ୍ୟାସ କୋହିନୂର, କଳିଙ୍ଗ ସ୍ପୋର୍ଟ୍ସ ଫେଡେରସନ ଭଳି ଅନୁଷ୍ଠାନମାନଙ୍କର ସଦସ୍ୟମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି । ମାନସିକ ଓ ଶାରୀରିକ ସୁସ୍ଥ ତଥା ସନ୍ତୁଳନ ରକ୍ଷା କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ସୁନିଲ୍ କୟାଲ ଏ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ସହ କାର୍ଯ୍ୟକାରୀ ସଂପାଦକ ପ୍ରସନ୍ନ କୁମାର ଦାଶ କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା କମଲ ଡାଲମିଆ, ଭଗବାନ ପତି, ରୋହିତ ଅଗ୍ରୱାଲ, ସଞ୍ଜୟ ବାବୁଟା, ମଳୟ ମଣ୍ଡଳ, ଲାୟନ୍ ପ୍ରବିନ ଖରିଆ, ବନମାଳୀ ଜାମକିଆର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.