pakka

ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୪ ଗିରଫ

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଭୁବନେଶ୍ଵର ୩୧୬ ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିବା ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ ଗିରଫ କରିଥିବା ଜଣାପଡିଛି । ଏଥିସହ ଜଣେ ନାବାଳକ ଧରାପଡିଥିବା ସୂଚନା ରହିଛି । ସେମାନଙ୍କ ଠାରୁ ଏକ କୋଟି ଟଙ୍କାର ୯୭୮ ଗ୍ରାମର ବ୍ରାଉନ ସୁଗାର, ନଗଦ ୩ ହଜାର ୫ଶହ ଟଙ୍କା ସହିତ ଗୋଟିଏ ପ୍ଲେଜର ସ୍କୁଟି ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ମାଷ୍ଟର ମ।ଇଣ୍ଡ କୁହାଯାଉଥିବା ପିପିଲି ନରସିଂହପୁର ଅଂଚଳର ମୁରାସିଦ ଖାନ, ଓରଫ ଜୁମା ଓ ତାର ସହଯୋଗୀ ଇମ୍ରାନ ସା ଓ ଜାବିଦ ସା, ବାଲେଶ୍ଵର ଅଂଚଳର ସେକ ସାଜିଦ ଅଲ୍ଲିଙ୍କୁ ପୋଲିସ ଗିରଫ କରିଥିଲା । ଅ।ଗାମୀ ଘୋଷ ଯାତ୍ରା ସମୟରେ ଏହି କାରବାର ବୃଦ୍ଧି ପାଇବା ଆଶା ରଖି ବ୍ୟାପକ ବ୍ୟବସ୍ଥା ଓ ଚଢାଉ ଜାରି ରହିଛି ବୋଲି ପୋଲିସ କହିଛି ।

Leave A Reply

Your email address will not be published.

five × 1 =