jayashree

ବଟେଶ୍ୱର ବେଳାଭୂମି, ରଜ ପାଇଁ ପ୍ରବଳ ଭିଡ଼, ଭୋଜିଭାତ ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ଼ ଗ୍ରାମ ଠାରୁ କିଛି ଦୂରରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବପୀଠ ଅବସ୍ଥିତ । ଝାଉଁ ବଣ ଜଙ୍ଗଲ ମଧ୍ୟରେ ଥିବା ଏହି ମନ୍ଦିରଠୁ ଅଳ୍ପ ଦୂରରେ ବଟେଶ୍ୱର ସମୁଦ୍ର ବେଳାଭୂମି । ଭକ୍ତମାନେ ଲମ୍ବା ଧାଡିରେ ଠାକୁର ଦର୍ଶନ କରିଥିଲେ । ବୁଧବାର ଦ୍ୱିତୀୟ ରଜ ଅବସରରେ ହଜାର ହଜାର ପର୍ଯ୍ୟଟକ ଏହି ସମୁଦ୍ର ବେଳାଭୂମିରେ ମଜା ନେଉଥିବା ଦେଖିବାକୁ ମିଳିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରଭାହ ସତ୍ୱେ ଖରାକୁ ଖାତିର ନକରି ସହ ସହ ପର୍ଯ୍ୟଟକ ସମୁଦ୍ରରେ ବୁଡୁଥିବା ଦେଖିବାକୁ ମିଳିଥିଲା । ଏଥିସହ ଝାଉଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନଙ୍କ ଭୋଜିଭାତର ଆସର ଜମିଥିଲା । ଏହି ଶୈବପୀଠ ଠାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସୁଲଭ ଶୌଚାଳୟ, କଲ୍ୟାଣୀ ମଣ୍ଡପ, ଆକର୍ଷଣୀୟ ଶିଶୁ ଉଦ୍ୟାନ ରହିଛି । ଛୋଟ ଛୁଆ ଠାରୁ ଆରମ୍ଭ କରି ଯୁବତୀ ଯୁବକମାନେ ପାର୍କର ମଜା ନେଉଛନ୍ତି । ଏଥିପାଇଁ କୋଣ ଅନୁକୋଣ ତଥା ଜିଲ୍ଲା ବାହାରୁ ମଧ୍ୟ ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ଆସି ଏହାର ମଜା ନେଉଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଜ ସଂକ୍ରାନ୍ତି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦର ଆୟୋଜନ କରାଯାଇଥିଲା । ପ୍ରବଳ ଭିଡ଼କୁ ଦେଖି ରମ୍ଭା ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବଟେଶ୍ୱର ବାଲିଯାତ୍ରା ପଡିଆରେ ବିଭିନ୍ନ ରକମର ଖେଳନା, ଆଇସକ୍ରିମ, ଥଣ୍ଡା ପାନୀୟ ଜଳ, ଆଦି ପସରା ପଡିଛି । ଷୋହଳ ନମ୍ବର ଜାତୀୟ ରାଜପଥ ହୁମା ଠାରୁ ମାତ୍ର ତିନିରୁ ଚାରି କିମି ଯିବା ପରେ ଏହି ପ୍ରସିଦ୍ଧ ଶୈବ ପୀଠ ଦେଖିବାକୁ ମିଳିବ ।

Leave A Reply

Your email address will not be published.