pakka

ବର୍ତ୍ତମାନର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ : ନୂଆ ଯୋଗଦେବେ ଓଡ଼ିଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା

  • ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଓଡ଼ିଆ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଜଣେ ଓଡ଼ିଆ ଜିଲ୍ଲାପାଳଙ୍କ ନିଯୁକ୍ତି ପ୍ରସଙ୍ଗ ଶୁଣି ଗଞ୍ଜାମ ଜିଲ୍ଲାରେ ତଥା ଛତ୍ରପୁର ସହରରେ ଖୁସିର ଲହରୀ ଖେଳିଯାଇଛି । ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୁବ ଆଇ.ଏ.ଏସ. ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ମିଳିଥିବା ସରକାରୀ ସୂଚନା ମିଳିଛି । ଗଞ୍ଜାମବାସୀ ତଥା ଛତ୍ରପୁର ବାସୀଙ୍କ ନିଜ କଥା, ମନର କଥା ଶୁଣିବାକୁ ଏଥର ଆଗଭର ହୋଇ ଜଣେ ହାକିମଙ୍କୁ ଜଣାଇବା ଜୀଵନ ସାର୍ଥକତା ହେବ ବୋଲି ବିଭିନ୍ନ ମହଲରେ କୁହାଯାଇଛି ।

ପ୍ରକାଶ ଥାଉ କି, ବହୁ ଚର୍ଚ୍ଚାରେ ଆସିଥିବା ଖୋଦ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଯାଇଥିବା ରାଜ୍ୟସରକାରଙ୍କ ଆଦେଶନାମାରେ ଦର୍ଶାଯାଇଛି । ତେବେ ଗଞ୍ଜାମ ଜିଲ୍ଲାକୁ ସେ ନିଜ ଗାଁ, ନିଜଜନ୍ମମାଟି ପରି ମନେକରି ବହୁବିଧ ଉନ୍ନତି ଓ ପ୍ରଗତିରେ ପହଞ୍ଚାଇ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କୋରନା କାଳରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଆଣି ସେମାନଙ୍କ ଥଇଥାନ କରିବା ଏବଂ ଗଞ୍ଜାମ ଜିଲ୍ଲାକୁ କୋରନା ମୁକ୍ତ କରାଇ ମିଳିତ ଜାତିସଂଘ ପକ୍ଷରୁ ପୁରସ୍କୃତ ହୋଇ ବେଶ ଚର୍ଚ୍ଚାକୁ ଆସିଥିଲେ । କୋରନାର ପ୍ରଥମ ଲହର, ଦ୍ୱିତୀୟ ଲହରରେ ବହୁଳ କଟକଣା ଲାଗୁ କରି ଜିଲ୍ଲାକୁ ଉଚିତ ।ବରେ ସମ୍ଭାଳିଛନ୍ତି । ଜିଲ୍ଲା ସଦର ମହକୁମା ତଥା ଜିଲ୍ଲାର ବିଭିନ୍ନ ଉନ୍ନୟନ ନୂତନ ପ୍ରକଳ୍ପ ଗଢ଼ି ଲୋକଙ୍କର ଭୂୟସୀ ପ୍ରଶଂସିତ ହୋଇ ଗଞ୍ଜାମର ଗୌରବ ଆଣିଥିଲେ ।

Leave A Reply

Your email address will not be published.

12 − seven =