pakka

ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲାପାଳ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର ଶ୍ରୀ ପାଟିଲଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି । ସେହିପରି ଫୁଲବାଣୀ ଜିଲାପାଳ ଥିବା ଡ଼.ଵୃନ୍ଦା ଡିଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ଏସ ଏମ ସି ଏଲ ଭୁବେନଶ୍ୱରକୁ ବଦଳି କରାଯାଇଛି । ଡା.ଵୃନ୍ଦା ଡି ଦୀର୍ଘ ପାଞ୍ଚ ବର୍ଷ ଧରି ଫୁଲବାଣୀ ଜିଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ । ତାଙ୍କର କନ୍ଧମାଳ ଜିଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠକ୍ଷରେ ଯଥେଷ୍ଟ ଅବଦାନ ଥିଲା ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନର ସୁବ୍ୟବସ୍ଥା କରିଥିଲେ । କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନକୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ । ବୃନ୍ଦା ଡିଙ୍କ ସମୟରେ କୃଷି ଓ ଉଦ୍ୟାନ, ମନରେଗା, କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.

fourteen − 9 =