pakka

୨୦ ଜୁନରୁ ଗାଇସିଲେଟ ବ୍ଲକର ସରକାରୀ କଳକୁ ଅଚଳ କରିବେ ଚାଷୀ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତ ୨୦୨୧ ଖରିଫ ଋତୁରେ ଯେଭଳି ଭାବରେ ମରୁଡି ହୋଇଥିଲା, ତାହା ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଖରିଫ ୨୦୨୧ ର ଫସଲବୀମା କ୍ଷତି ପୁରଣ ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀ ନେଇ ଆସନ୍ତା ୨୦ ତାରିଖ ସୋମବାର ଦିନରୁ ଗାଇସିଲେଟ ବ୍ଲକର ସମସ୍ତ ସରକାରୀ କାର୍ୟ୍ୟାଳୟକୁ ଅଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଗାଇସିଲେଟ ବ୍ଳକର ସମସ୍ତ ଚାଷୀ, ସମସ୍ତ ସଂଗଠନ ଓ ମହିଳା ମାନେ ବହୁତ ସଂଖ୍ୟାରେ ଯୋଗଦାନ କରିବା ପାଇଁ ନିବେଦନ କରାଯାଇଛି ।

pp
Leave A Reply

Your email address will not be published.

three × three =