ବିଶ୍ୱ ରକ୍ତଦାତା ଦିବସ ପାଳିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ରକ୍ତ ଭଣ୍ଡାର ତରଫରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ନୂତନ ରକ୍ତଦାତା ସୃଷ୍ଟି କରିବା ନିମନ୍ତେ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା । ଭୀମ ଭୋଇ ମେଡିକାଲ କଲେଜର ଇନ୍‌ଚାର୍ଜ ସୁପରିଟେଣ୍ଡଣ୍ଟ ଡ. ମୁରଲିଧର ପାଣିଗ୍ରାହୀ ଓ ଅତିରିକ୍ତ ସୁପରିଟେଣ୍ଡଣ୍ଟ ଡ. ପ୍ରଭାତ କୁମାର ରଥ ପତାକା ଦେଖାଇ ସଚେତନ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଏ.ଏନ୍‌,ଏମ୍‌ ଟ୍ରେନିଂ ପ୍ରଶିକ୍ଷାର୍ଥୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଞ୍ଜଳି ମିଶ୍ର, ଡ. ସୁମିତ କୁମାର ମୁଣ୍ଡ, ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଝାରୀ, ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ, ମୀନ କେତନ ଡାଙ୍ଗ, ଯଦୁମଣି ବଗର୍ତ୍ତି, ସୁନନ୍ଦା ରାଣୀ ମହାପାତ୍ର, ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ସାମିଲ ଥିଲେ । ପରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଓ ଏ.ଏମ୍‌ ଫିଟନେସ୍‌ କ୍ଲବ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାକୃତ ଭାବରେ ୨୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମରେ ଏ.ଏମ୍‌ ଫିଟନେସ କ୍ଲବର ରୂପକ ବରାଳ, ଶଙ୍କର ଜୁଏଡ, ମନୀଷ ଅଗ୍ରୱାଲା, ଆର୍ତ୍ତତ୍ରାଣ ପାଢୀ, ରେଡକ୍ରସ କର୍ମୀ, ରକ୍ତଭଣ୍ଡାରର କର୍ମଚାରୀ ଗଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଲେବୋଟ୍ରି ଟେକ୍‌ନିସିଏନ୍‌ ନରେଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

fourteen + 6 =