lika

ପାଇକମାଲ ସବଷ୍ଟେସନରେ ଶୋକସଭା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରାମିଷ ଖାଦ୍ୟ ସହ ପନିପରିବା ଫଳ ମୂଳ ଖାଇ ନିୟମିତ ବ୍ୟୟାମ କଲେ ଶରୀର ସୁସ୍ଥ ରହିବା ସହ ଅକାଳ ମୃତ୍ୟୁରୁ ରକ୍ଷା ମିଳିବ ବୋଲି ଆଜି ପାଇକମାଲ ବିଦ୍ୟୁତ ସବଷ୍ଟେସନରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ବଡ ଶତପଥି ପ୍ରକାଶ କରିଛନ୍ତି । ପାଇକମାଲ ସେକ୍ସନରେ ପ୍ରାୟ ୨୫ ବର୍ଷ ହେବ ଧର୍ମୁ ରଣା, ଲାଇନ ହେଲ୍ପର ଭାବରେ କାମ କରୁ ଥିଲେ । କିଛି ଦିନ ହେଲା ତାଙ୍କର ସୁଗର ଲେବୁଲ ବଢ଼ି ଯାଇଥିବାରୁ ତାଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ସେଠାରୁ ବରଗଡ ବିକାଶ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରିବା ପରେ ନିଜ ଘର କୋକନରା ଗ୍ରାମକୁ ଅଣାଯାଇ ଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ବଡ ପୁଅ ମୁଖାଗ୍ନି ଦେଇଥିଲେ । ଗ୍ରାମର ଅନେକ ଲୋକ ତଥା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଏଥିରେ ଯୋଗ ଦେଇଥିଲେ ଓ ୧୫ ହଜାର ଟଙ୍କା ବିଭାଗୀୟ ଏସ୍‌ଡିଓଙ୍କ ନିର୍ଦେଶ କ୍ରମେ ଧର୍ମୁଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ଶୋକସଭାରେ ପାଇକମାଲର ପ୍ରାୟ ସମସ୍ତ କର୍ମଚାରୀ ଯୋଗ ଦେଇ ଏକ ମିନିଟ ନିରବ ପ୍ରାର୍ଥନା ସ୍ୱର୍ଗତ ରଣାଙ୍କ ଆତ୍ମାର ସଦ୍‌ଗତି ପାଇଁ କରାଗଲା ପରେ ବଡ ଶତପଥୀ, ସୁଧାକର ଗଡ଼ତିଆ, ଶଶାଙ୍କ ସାହୁ ଓ ସୁଶାନ୍ତ ରଣା ପ୍ରମୁଖ ସ୍ମୃତିଚାରଣ କରି ବିଭିନ୍ନ ସ୍ଲୋଗାନ ମଧ୍ୟ ଦେଇଥିଲେ ।

sandip
Leave A Reply

Your email address will not be published.