jsm

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ତା ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବଣ୍ଟନକୁ ନେଇ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୁରୁଣ୍ତା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ବ୍ୟକ୍ତି ୨ଥର ଲେଖାଁଏ ଘର ପାଇଛନ୍ତି । ପୁଣି ଗୋଟିଏ ପରିବାରର ବାପପୁଅ ସମସ୍ତେ ଘର ପାଉଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀ ଯେ କି ଘର ପାଇବାର ଯୋଗ୍ୟ ପୁଣି ପଲ୍ଲୀ ସଭାରେ ନାମ ତାଲିକାଭୁକ୍ତ ଥିଲେ ମଧ୍ୟ ସେମାନଙ୍କୁ ଘର ଯୋଗାଇ ଦିଆଯାଉ ନାହିଁ । ପ୍ରତ୍ୟେକ ଗ୍ରାମରେ ପଲ୍ଲୀ ସଭା, ଗ୍ରାମସଭା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ହିତାଧିକାରୀ ଚୟନ କରାଯାଏ । ମାତ୍ର ଏ ଗୁରୁଣ୍ତା ଗ୍ରାମରେ ତାର ଓଲଟା ଦେଖା ଯାଉଛି । ତେଣୁ କରି ଗ୍ରାମବାସୀ ଏ ସମ୍ବନ୍ଧରେ କ୍ଷୋଭ ପ୍ରକାଶ କରି ଯେଉଁ ବ୍ୟକ୍ତି ପ୍ରକୃତରେ ଘର ପାଇବା ପାଇଁ ଯୋଗ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମର ବିଜୟ ହଂସ, କିର୍ତ୍ତନ ସାହୁ, ରୁପାକାନ୍ତ ସାହୁ, ଯୁଧିଷ୍ଠିର ସାହୁ, ପବିତ୍ର ସାହୁ, ଜୟକୃଷ୍ଣ ସାହୁ, ହୃଷିକେଶ ସାହୁ, ଦାଉ ସୁନା, ଅମୃତ ସାହୁ ପ୍ରମୁଖ ଦାବୀ କରିଛନ୍ତି ।

yuvodaya
Leave A Reply

Your email address will not be published.