କୃଷି ଋଣରେ ମିଳିବ ୨ ପ୍ରତିଶତ ରିହାତି
ଭୁବନେଶ୍ୱର, (କେପିଏନ୍ଏସ୍) : କୃଷି ଋଣରେ ମିଳିବ ୨ ପ୍ରତିଶତ ରିହାତି । କୃଷକଙ୍କ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । କୃଷକଙ୍କୁ ସମବାୟ ବ୍ୟାଙ୍କ ଋଣରେ ୨ ପ୍ରତିଶତ ରିହାତି ମିଳିବ । ଏଥିରେ ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ ଉଭୟ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।