ପଦ୍ମପୁରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

pd

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁରରେ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରର ଏକ ପ୍ରତିନିଧି ମଣ୍ଡଳୀକୁ ସୂଚନା ଦେଇଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ପଦ୍ମପୁରର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀର ୩ ମୂର୍ତ୍ତି ଲେନ୍ ସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବୀ ଜଣାଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ କେନ୍ଦ୍ର ସରକାର ଓ ତାଙ୍କ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଓ ରାଜ୍ୟ ସରକାରଙ୍କ ସହ ପ୍ରକ୍ରିୟା ସମାପ୍ତ ପରେ ତୁରନ୍ତ ବିଦ୍ୟାଳୟର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିନିଧି ମଣ୍ଡଳୀଙ୍କୁ ସୂଚନା ଦେଇଛନ୍ତି । ପ୍ରତିନିଧି ମଣ୍ଡଳୀରେ ପଦ୍ମପୁର ସମାଜସେବୀ ସଂଜିବ ମାଝୀ ଓ ଶଶାଙ୍କ ଶେଖର ସାହୁ ସାମିଲ ଥିଲେ ।

pp
Leave A Reply

Your email address will not be published.