ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ଅକାଳ ବିୟୋଗ

  • ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ତରଫରୁ ସ୍ମୃତିଚାରଣ ସହ ନିରବ ପ୍ରାର୍ଥନା ସଭା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି ଚାରଣ ସଭା ସହ ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ସାମୁଏଲ ଏକ୍କା ସୁବର୍ଣ୍ଣପୁର ଜିଲ୍ଲରେ ପ୍ରାୟ ୩ ବର୍ଷ ହେବ ଅବକାରୀ ଅଧିକ୍ଷକ ଭାବେ ନିଷ୍ଠାର ସହିତ କାର୍ଯ୍ୟନିର୍ବାହ କରୁଥିଲେ, ସେ ଯକୃତ ରୋଗରେ ପୀଡିତ ହେତୁ ହାଇଦ୍ରାବାଦର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସମୟରେ ଗତ ତା ୦୫/୦୬/୨୨ ତାରିଖ ରାତ୍ରିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମରଶରୀରର ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଭାଲୁଲତାଠାରେ କରାଯାଇଥିବା ସୂଚନା ମିଳିଛି । ଆଜିର ଏହି ଦୁଃଖଦ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରି ନିରବ ପ୍ରାର୍ଥନା ସହ ତାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.