Yearly Archives

2022

ଦରଦାମ୍‌ ବିରୋଧରେ ଲମ୍ବା ଲଢେଇ ଚାଲିବ : ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବର ମାସରେ ୭.୪ ପ୍ରତିଶତ ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୬% ଠାରୁ ଅଧିକ । ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ପ୍ରମୁଖ ଅସ୍ତ୍ର ସୁଧ ହାର ବୃଦ୍ଧିକୁ ଏକାଧିକ ଥର ପ୍ରୟୋଗ କରିଥିଲେ ମଧ୍ୟ
Read More...

ଓଭରଟେକ୍‌ ସମୟରେ କଣ୍ଟେନରରେ ପିଟି ହେଲା କାର୍‌, ଯୁବକ ମୃତ

ବୌଦ୍ଧ, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ମର୍ଜାପୁରଠାରେ ଏକ କଣ୍ଟେନରକୁ ଅତିକ୍ରମ କରିବା ସମୟରେ କାର୍‌ଟି କଣ୍ଟେନର ସହ ପିଟି ହେବାରୁ କାର୍‌ରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଆଦର୍ଶ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା
Read More...

ସାପ କାମୁଡାରେ ଯୁବକ ମୃତ

ବୀରମହାରାଜପୁର : ବୀରମହାରାଜପୁର ଥାନା ଜଡାପାଲରେ ସାପ କାମୁଡାରେ ସୁଶାନ୍ତ ପଧାନ(୨୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେ ଘର ଅଗଣାରେ ବସିଥିବା ବେଳେ ତାଙ୍କ ଉପରେ ଏକ ଚିତି ସାପ ପଡି ତାଙ୍କ କାନ୍ଧକୁ କାମୁଡି ଦେଇଥିଲା । ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ
Read More...

ଟ୍ରକ ଧକ୍କାରେ ଗାଈଗୋରୁ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି : ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ବାଇପାସ ଚମାଖଣ୍ଡି ଥାନା ନାଜିର ପେଟ୍ରୋଲ ଟ୍ୟାଙ୍କ ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ୯ ଗାଈ ଏବଂ ଗୋଟିଏ ବାଛୁରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଘଟଣାଟି ସୋମବାର ସନ୍ଧ୍ୟାବେଳେ ଗୋଧୂଳି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ
Read More...

ଜଗନ୍ନାଥ ଦର୍ଶନ ନିମନ୍ତେ ଯାଇ ସୁବରନ ମାଝି ନାମକ ଜଣେ ବ୍ୟକ୍ତି ନିଖୋଜ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍ଏସ୍) : ଜଗନ୍ନାଥ ଦର୍ଶନ ନିମନ୍ତେ ଯାଇ ସୁବରନ ମାଝି ନାମକ ଜଣେ ବ୍ୟକ୍ତି ନିଖୋଜ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ତା ୬/୭/୨୦୨୨ ରିଖ ବୁଧବାର ଦିନ ରେଙ୍ଗାଳି ଗ୍ରାମର ସୁବରନ ମାଝି ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଇ ଭୁଲବଶତଃ କୌଣସି ଏକ ରେଳଗାଡିରେ
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି : ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅର୍ଥାତ ପାଞ୍ଚ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଦ୍ଵିତୀୟ
Read More...

ବାଇକ୍‌ ଓ ଟ୍ୟାଙ୍କର ଧକ୍କା : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ମଙ୍ଗଳବାର ଏକ ତେଲ ଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍‌ରେ ଥିବା ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ହେଲେ ପ୍ରତିମା
Read More...

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ନର୍ଲା ଥାନାଧିକାରୀଙ୍କ ଧମକ୍‌ଚମକ୍‌ ଓ ଦୁର୍ବ୍ୟବହାର ଅଭିଯୋଗ

ବିଭିନ୍ନ ମହଲରେ ଦୃଢ ନିନ୍ଦା, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ, ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ କଳାହାଣ୍ଡି, (ପି.କେ. ସାହୁ) : ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ଭାବେ କାର୍ଯ୍ୟରତ ଯୁବ
Read More...

ଦିଲ୍ଲୀରେ ବିପୁଳ ପରିମାଣର ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଥିବା ସୂଚନା ମିଳିଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି । ଦିଲ୍ଲୀ ପୋଲିସ ଦ୍ୱାରା ଦ୍ୱାରକା, ଉତ୍ତର
Read More...