Daily Archives

ଦେଓଗାଁ ଓ ଖପ୍ରାଖୋଲ ବ୍ଲକ ଏପିଓଙ୍କ ଅଦଳବଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମନରେଗା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ଖପ୍ରାଖୋଲକୁ ବଦଳି ହୋଇଛି । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୩୭୬/ ତା. ୧୫/୬/୨୨ରେ ଏହି ବଦଳି ନିର୍ଦ୍ଦେଶନାମା ଦିଆଯାଇଛି । ସେହିପରି ଖପ୍ରାଖୋଲର ଏପିଓ ସୁଧାଂଶୁ ଶେଖର ମେହେରଙ୍କୁ ଦେଓଗାଁ
Read More...

ଜିଲ୍ଲା ପରିବହନ ଓ ପୋଲିସ ବିଭାଗ ତରଫରୁ ରାତ୍ରିକାଳୀନ ସ୍ୱତନ୍ତ୍ର ଯାଞ୍ଚ : ୧୧ଟି ବିଭିନ୍ନ ଯାନ ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ ମତେ ଗତକାଲି ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ
Read More...

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ନିହାର ରଞ୍ଜନ କଁହର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ ନିହାର ରଞ୍ଜନ କଁହର ଆଜି ଯୋଗଦାନ କରି ବିଦାୟୀ ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲଙ୍କ ଠାରୁ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ
Read More...

ଜାତୀୟ ଟାଏକୋଣ୍ଡୋରେ ଦୁର୍ଗେଶଙ୍କୁ ୨ ସ୍ୱର୍ଣ୍ଣ

କଟକ : ଓଡିଶା ପୋଲିସରେ କାର୍ଯ୍ୟରତ ଦୁର୍ଗେଶ ନନ୍ଦିନୀ ଦେ’ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କୋଲକତାର ଦାସନଗର ଇନ୍‌ଡୋର ଷ୍ଟାଡିୟମରେ ନକ୍‌ଆଉଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରୋଗ୍ରେସିଭ କପ୍‌ର ବରିଷ୍ଠ ମହିଳା କ୍ୟୁରୋଗିର ୬୭
Read More...

କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦେବଗଡ଼ : ଆଜି ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଅନେକ
Read More...

ଆସନ୍ତାକାଲି ଠାରୁ ମିଳିବ ମିଳିତ ପୁଲିସ୍‌ ସେବା ପରୀକ୍ଷା-୨୦୧୮ର ଆଡ୍‌ମିଟ୍‌ କାର୍ଡ

କଟକ : ଆସନ୍ତାକାଲି ଠାରୁ ମିଳିବ ମିଳିତ ପୁଲିସ୍‌ ସେବା ପରୀକ୍ଷା-୨୦୧୮ର ଆଡ୍‌ମିଟ୍‌ କାର୍ଡ । ନିଯୁକ୍ତି ବିଜ୍ଞାପନ ପ୍ରକାଶର ଦୀର୍ଘ ୫ ବର୍ଷ ପରେ ମିଳିତ ପୁଲିସ ସେବା ପରୀକ୍ଷା ବା ସିପିଏସ୍‌ଇ-୨୦୧୮ ଅନୁଷ୍ଠିତ ହେବ । ସବ୍‌-ଇନ୍‌ସପେକ୍ଟର (ଏସ୍‌ଆଇ) ର‍୍ୟାଙ୍କର ଏହି ପରୀକ୍ଷା
Read More...

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର : ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ରତନ ସୋରେନ । ସୂଚନାନୁଯାୟୀ, ରତନ ସୋରେନ ଗତକାଲି ରାତି ପ୍ରାୟ ୧୦ଟାରେ ପରିସ୍ରା କରିବାକୁ ବାଡିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର
Read More...

ଚାଷୀଙ୍କ ଝିଅ ହରିୟାଣା ବୋର୍ଡ ଟପ୍ପର

ଚଣ୍ଡିଗଡ : ହରିୟାଣା ରୋହତକ ଜିଲ୍ଲା ଅନ୍ତର୍ଗତ ନିନ୍ଦାନା ଗ୍ରାମର ଜଣେ କୃଷକଙ୍କ ଝିଅ କାଜଲ ହରିୟାଣା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେସିଏମ୍‌ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ନିନ୍ଦାନା, ରୋହତକରେ ପଢୁଥିବା କାଜଲ ମୋଟ ୫୦୦ ମାର୍କରୁ ୪୯୮ ମାର୍କ ରଖିଛନ୍ତି ।
Read More...

ଡିଭାଇଡରରେ ପିଟି ହୋଇ କାର୍‌ ଚୁରମାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଦୃତ ଗତିରେ ଆସୁଥିବା କାର୍‌(ଓଡି୧୭ଏନ୍‌୩୪୮୨) ଗାଡି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା । ଫଳରେ କାରର ସାମ୍‌ନା
Read More...

କୁକୁର ଆକ୍ରମଣରେ ୫ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବୁଲା କୁକୁରଙ୍କ ଦୋରାତ୍ମ୍ୟ ବଢିବାରେ ଲାଗିଛି । ବ୍ରହ୍ମଣପଡାଠରେ କୁକୁର କାମୁଡାରେ ୫ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସମସ୍ତ ଗୁରୁତରଙ୍କୁ ଭୀମଭୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ୫ ଜଣ ବ୍ୟକ୍ତି
Read More...