pakka

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ନିହାର ରଞ୍ଜନ କଁହର

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ ନିହାର ରଞ୍ଜନ କଁହର ଆଜି ଯୋଗଦାନ କରି ବିଦାୟୀ ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲଙ୍କ ଠାରୁ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୬୩୯୩/ଏସ୍‌ସିଏସ୍‌ ତା୧୦/୦୬/୨୨, ଅନୁସାରେ ଶ୍ରୀ କଁହରଙ୍କୁ ପଦୋନ୍ନତି ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ କଁହର ସୋନପୁର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ । ସେ ଗତ ତା.୧୭/୦୮/୨୦ରିଖରେ ଉପଜିଲ୍ଲପାଳ ଭାବେ ଯୋଗଦାନ କରି ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି । ଶ୍ରୀ କଁହର ଜିଲ୍ଲାର ତରଭା ବ୍ଲକ ବିଡ଼ିଓ ଭାବେ ତା ୧୨/୦୯/୨୦୧୮/ରୁ ତା ୧୬/୦୮/୨୦୨୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ପୂର୍ବାହ୍ନରେ ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସରକାରଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମର ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ସହିତ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗକୁ ପ୍ରାଧାନ୍ୟ ଦେବା ଏବଂ ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ସ୍ୱଛତାର ସହ ପହଂଚିବ ଓ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇ ପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

fourteen + ten =

error: Content is protected !!