csstore

କବିତା : କୁଆଡେ଼ ଯିବ

  • ରାମକୃଷ୍ଣ

ନୀଳ କୁଆଡ଼େ ଯିବ ଆକାଶ ଛାଡ଼ି
କିରଣ ଯିବ କୁଆଡ଼େ ସୂରୁଯ ଛାଡି

ଜଳ ଯିବ କୁଆଡ ଛାଡ଼ି ନଦୀ ସମୁଦ୍ର
ଜୋଛନା ଛାଡ଼ି କୁଆଡ଼େ ଯିବ ଆହ୍ଲାଦ

ପତ୍ର ଫୁଲ ଫଳ ଛାଡ଼େ ନାହିଁ ବୃକ୍ଷକୁ
ରଂଗ ମହକ ଛାଡ଼େ ନାହିଁ ଫୁଲକୁ

କୃଷ୍ଣ କୁଆଡ଼େ ଯିବ ଛାଡି ଅଂଧାର
ମାଟି ଛାଡ଼ି କୁଆଡ଼େ ଯିବ ଶ୍ୟାମଳ

ମଳ କୁଆଡ଼େ ଯିବ ଛାଡ଼ି ଦେହକୁ
ଛଳ କୁଆଡ଼େ ଯିବ ଛାଡି଼ ଖଳକୁ

ଜୀବନ ଛାଡ଼ି କୁଆଡ଼େ ଯିବ କାମନା
ମନ ଛାଡି଼ କୁଆଡ଼େ ଯିବ ଭାବନା

ଅର୍ଥ କୁଆଡ଼େ ଯିବ ଛାଡି଼ ଶବ୍ଦକୁ
କବିତା କୁଆଡ଼େ ଯିବ ଛାଡ଼ି ଭାବକୁ

ନିଶ୍ବାସକୁ କେବଳ ନାହିଁ ବିଶ୍ବାସ
କିଏ କହିବ କେବେ ଦେହ ଛାଡ଼ିବ !!

jayashree
Leave A Reply

Your email address will not be published.