ପଶ୍ଚିମବଙ୍ଗ : ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତି ପ୍ରତ୍ୟାଖ୍ୟାନ କଲେ : କହିଲେ, ଫର୍ମାଟ୍ ଠିକ୍ ନାହିିଁ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ଶୁଭେନ୍ଧୁ ଆଧିକାରୀଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ଇସ୍ତଫା ସଠିକ୍ ଫର୍ମାଟରେ ନାହିଁ । ଡିସେମ୍ବର ୨୧ରେ ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କୁ ଡକାଇ କହିଥିଲେ ଯେ, ତାଙ୍କୁ ଆସି ଇସ୍ତଫା ଦେବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମମତା ସରକାରରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଆଧିକାରୀ ଶୁକ୍ରବାର ଦିନ ତୃଣମୂଳ କଂଗ୍ରେସ (ଟିଏମସି)ର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ବୁଧବାର ଦିନ ଟିଏମସିରେ ଦବ୍‌ଦବା ରଖିଥିବା ଶୁଭେନ୍ଦୁ ଆଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବିଶ୍ୱାସ କରାଯାଏ ଯେ, ଶୁଭେନ୍ଦୁ ଆଧିକାରୀ ଖୁବ୍ ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ।

ଗତ କିଛି ଦିନ ହେବ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଶୁଭେନ୍ଦୁ ଆଧିକାରୀ କ୍ରୋଧିତ ହୋଇଥିଲେ । ତାଙ୍କୁ ମନାଇବା ପାଇଁ ଅନେକ ଥର ଚେଷ୍ଟା କରାଯାଇଥିଲା, କିନ୍ତୁ ଟିଏମସି ଛାଡିବାକୁ ସେ ନିଷ୍ପତ୍ତି ନେଇଥିଲେ । ଟିଏମସିରେ ଶୁଭେନ୍ଦୁ ଆଧିକାରୀଙ୍କ ସ୍ଥିତି ବହୁତ ଭଲ ଥିଲା । ବାସ୍ତବରେ ପଶ୍ଚିମବଙ୍ଗର ୬୫ଟି ବିଧାନସଭା ଆସନରେ ଆଧିକାରୀ ପରିବାରର ଦୃଢ଼ ସ୍ଥାନ ରହିଛି । ଏହି ଆସନଗୁଡ଼ିକ ରାଜ୍ୟର ୬ଟି ଜିଲ୍ଲାରେ ବ୍ୟାପିଛି ।

Leave A Reply

Your email address will not be published.